୧୬ ଗୋଟି ଗ୍ରାଫାଇଟ୍ ଖଣି ଲିଜ୍ ବାତିଲ କରିବାକୁ ଦାବି
ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ପାଟଣାଗଡ଼, ୨୭।୧୦ (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍ ଓ ଗନ୍ଧମାର୍ଦ୍ଦନ ପାହାଡ଼ ଲିଜ୍ ପ୍ରସଙ୍ଗକୁ ନେଇ ପ୍ରତିବାଦ ଜୋର ଧରିଛି । ଏହାର ପ୍ରତିବାଦରେ ମଙ୍ଗଳବାର ଜନମ ମାଏଟ ବଚାଓ ସଂଘର୍ଷ ସମିତି ପକ୍ଷରୁ ପାଟଣାଗଡ଼ରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍, ଗନ୍ଧମାର୍ଦ୍ଦନ ପାହାଡ଼ର ଲିଜ୍ ଏବଂ ଜିଲ୍ଲାର ଅନ୍ୟ ୧୬ ଗୋଟି ଗ୍ରାଫାଇଟ୍ ଖଣିର ଲିଜ୍ ବାତିଲ କରିବା ସହ ଏମ୍ଏମ୍ଡିଆର୍ ଆଇନ ସମ୍ପର୍କିତ ଦାବି ଉଠାଇଥିଲା ସମିତି । ଏହି ଅବସରରେ ସମିତି ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ସୁନୀଲ କୁମାର ମେହେର କୈ।ଣସି କାରଣରୁ ଅନୁପସ୍ଥିତ ଥିବା ଯୋଗୁଁ ଡେପୁଟି କଲେକ୍ଟର ମନଫ୍ଲିସ କେରକେଟା ପ୍ରତିବାଦ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ । ଖଣି ଲିଜ୍ ସମ୍ପର୍କିତ ନିଷ୍ପତ୍ତିକୁ ନେଇ ସମିତି ନିଜର ଆପତ୍ତି ଉଠାଇବା ସହ ଉକ୍ତ ଲିଜ୍ ହୋଇଥିବା ଖଣି ଗୁଡ଼ିକୁ ବାତିଲ କରିବା ପାଇଁ ଦାବି କରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରଥମେ ଆନ୍ଦୋଳନ କାରିମାନେ କଚେରି ଛକ ନିକଟରେ ସମସ୍ତେ ଏକତ୍ରିତ ହୋଇଥିଲେ । କିଛି ସମୟ ପରେ ସେଠାରୁ ଗିରିରାଜ ଭୋଇ ଙ୍କ ନେତୃତ୍ୱରେ ସେମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚି କିଛି ସମୟ ପର୍ଯ୍ୟନ୍ତ ସରକାର ଙ୍କ ବିରୁଦ୍ଧରେ ନାରାବାଜି ଦେଇ ପ୍ରତିବାଦ କରିଥିଲେ । ଏହି ଅବସରରେ ଗନ୍ଧମାର୍ଦନ ସୁରକ୍ଷା ଏକ୍ସନ କମିଟି ଓ ଯୁବ ପରିଷଦ ସମେତ ବ୍ଳକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ଉପସ୍ଥିତ ରହି ଏହାକୁ ସମର୍ଥ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ, ଯୁଗନ ମେହେର, ଯୁଧିଷ୍ଠିର ମିର୍ଦ୍ଧା,କୁଞ୍ଜ ବନଗୋଲା,ବସନ୍ତ ଭୋଇ,ଭରତ ଭୁଏ ଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ ।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir