LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍‌ ଲିଜ ପ୍ରସଙ୍ଗ

ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍‌ ଲିଜ ପ୍ରସଙ୍ଗ

Th10 27, 2026  Suprabhat Odisha  10 lượt xem
ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍‌ ଲିଜ ପ୍ରସଙ୍ଗ

୧୬ ଗୋଟି ଗ୍ରାଫାଇଟ୍ ଖଣି  ଲିଜ୍‌ ବାତିଲ କରିବାକୁ ଦାବି

ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ 

ଦାବି ପୂରଣ ନହେଲେ ଆନ୍ଦୋଳନ  ଚେତାବନୀ

ପାଟଣାଗଡ଼, ୨୭।୧୦ (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍‌ ଓ ଗନ୍ଧମାର୍ଦ୍ଦନ ପାହାଡ଼ ଲିଜ୍‌ ପ୍ରସଙ୍ଗକୁ ନେଇ ପ୍ରତିବାଦ ଜୋର ଧରିଛି । ଏହାର ପ୍ରତିବାଦରେ ମଙ୍ଗଳବାର ଜନମ ମାଏଟ ବଚାଓ ସଂଘର୍ଷ ସମିତି ପକ୍ଷରୁ ପାଟଣାଗଡ଼ରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସାଲେପାଲି ଗ୍ରାଫାଇଟ୍ ମାଇନିଙ୍ଗ ବ୍ଲକ୍‌, ଗନ୍ଧମାର୍ଦ୍ଦନ ପାହାଡ଼ର ଲିଜ୍‌ ଏବଂ ଜିଲ୍ଲାର ଅନ୍ୟ ୧୬ ଗୋଟି ଗ୍ରାଫାଇଟ୍ ଖଣିର ଲିଜ୍‌ ବାତିଲ କରିବା ସହ ଏମ୍‌ଏମ୍‌ଡିଆର୍‌ ଆଇନ ସମ୍ପର୍କିତ ଦାବି ଉଠାଇଥିଲା ସମିତି । ଏହି ଅବସରରେ ସମିତି ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ସୁନୀଲ କୁମାର ମେହେର କୈ।ଣସି କାରଣରୁ ଅନୁପସ୍ଥିତ ଥିବା ଯୋଗୁଁ ଡେପୁଟି କଲେକ୍ଟର ମନଫ୍ଲିସ କେରକେଟା ପ୍ରତିବାଦ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ । ଖଣି ଲିଜ୍‌ ସମ୍ପର୍କିତ ନିଷ୍ପତ୍ତିକୁ ନେଇ ସମିତି ନିଜର ଆପତ୍ତି ଉଠାଇବା ସହ ଉକ୍ତ ଲିଜ୍‌ ହୋଇଥିବା ଖଣି ଗୁଡ଼ିକୁ ବାତିଲ କରିବା ପାଇଁ ଦାବି କରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରଥମେ ଆନ୍ଦୋଳନ କାରିମାନେ କଚେରି ଛକ ନିକଟରେ ସମସ୍ତେ ଏକତ୍ରିତ ହୋଇଥିଲେ । କିଛି ସମୟ ପରେ ସେଠାରୁ ଗିରିରାଜ ଭୋଇ ଙ୍କ ନେତୃତ୍ୱରେ ସେମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚି କିଛି ସମୟ ପର୍ଯ୍ୟନ୍ତ ସରକାର ଙ୍କ ବିରୁଦ୍ଧରେ ନାରାବାଜି ଦେଇ ପ୍ରତିବାଦ କରିଥିଲେ । ଏହି ଅବସରରେ ଗନ୍ଧମାର୍ଦନ ସୁରକ୍ଷା ଏକ୍ସନ କମିଟି ଓ ଯୁବ ପରିଷଦ ସମେତ ବ୍ଳକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ଉପସ୍ଥିତ ରହି ଏହାକୁ ସମର୍ଥ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ, ଯୁଗନ ମେହେର, ଯୁଧିଷ୍ଠିର ମିର୍ଦ୍ଧା,କୁଞ୍ଜ ବନଗୋଲା,ବସନ୍ତ ଭୋଇ,ଭରତ ଭୁଏ ଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

 

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie