LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣା ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣା ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Th07 15, 2026   127 lượt xem
ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣା   ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

IMG_20260715_203416
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସ୍ଥିତ ଏକ ହୋଟେଲରେ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ଘଟଣା କୁନେଇ ବୁଧବାର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ସଭାପତି ଅନିଲ୍ କୁମାର ମେହେର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଉପସଭାପତି ଅଜିତ ପୁରୋହିତ ଙ୍କ ନିର୍ଦ୍ଦେଶକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି, ଆସ୍ଥା ନାମରେ ରାଜନୀତି ଓ ଭେଟି ନାମରେ ମହା ଲୁଟ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ସେହିପରି ଭଗବାନ ଶ୍ରୀ ରାମ ଙ୍କ ନାମନେଇ ନିର୍ବାଚନ ବୈତରଣୀ ପାର ହୋଇଥିବା ଏହି ସରକାର କୋଟି କୋଟି ଭାରତୀୟ ହିନ୍ଦୁଙ୍କ ସହିତ ବିଶ୍ଵାଘାତ କରିଥିବାନେଇ ଜିଲ୍ଲା ଉପସଭାପତି ଶ୍ରୀ ପୁରୋହିତ ଏହି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ନରୋତ୍ତମ ସିଂ,ନୀଳକାନ୍ତ ବିଶି, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ,ପାଟଣାଗଡ ବ୍ଳକ ସାଧାରଣ ସମ୍ପାଦକ ବସୁଦେବ ଦେହେରୀ , ନଗର ସଭାପତି ବିଦ୍ୟାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie