LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ସାତ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ ଜବତ ଦୁଇ ଯୁବକ ଗିରଫ

ସାତ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ ଜବତ ଦୁଇ ଯୁବକ ଗିରଫ

Th07 24, 2026   104 lượt xem
ସାତ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ ଜବତ ଦୁଇ ଯୁବକ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ । ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ବଲାଙ୍ଗୀର ଅବକାରୀ ବିଭାଗ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଯୁବକ ଙ୍କୁ  ଗିରଫ କରିଛି । ଦୁଇ ଯୁବକ ହେଲେ ପଞ୍ଜାବର ନବପ୍ରୀତ ସିଂ ଓ ବିହାରର ସଫନାମ୍ ସିଂ। ଆଜି ଏକ ମକା ବୋଝେଇ ୧୨ ଚକିଆ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରି ବିହାର ଚାଲାଣ ହେଉଥିବା ସମ୍ପର୍କରେ ବଲାଙ୍ଗୀର ଅବକାରୀ ବିଭାଗ ବିଶ୍ବସ୍ତ  ସୂତ୍ରରୁ ଖବର ପାଇ  ଅବକାରୀ ଅଧୀକ୍ଷକ ଅନ୍ନପୂର୍ଣ୍ଣା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବକାରୀ ମୋବାଇଲ ଟିମ ସିନଖମନ ଜଙ୍ଗଲରେ ନାକାବନ୍ଦୀ କରିଥିଲେ । ଅବକାରୀ ବିଭାଗର ହାବୁଡ଼ରେ ପଡିବା ପରେ ଟ୍ରକ୍ ଛାଡି ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ମାରିବାକୁ ଉଦ୍ୟମ କରିଥିଲେ । ତେବେ ଅବକାରୀ ବିଭାଗ ଦୁଇ ଯୁବକ ଙ୍କୁ କାବୁ କରିଥିଲେ ।

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie