LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ମୋବାଇଲ୍‌ ଫେରସ୍ତ ମେଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋବାଇଲ୍‌ ଫେରସ୍ତ ମେଲା କାର୍ଯ୍ୟକ୍ରମ ଅନୁଷ୍ଠିତ

Th08 09, 2026   93 lượt xem
ମୋବାଇଲ୍‌ ଫେରସ୍ତ ମେଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୁଲିସ ଚୋରି ଓ ହଜିଯାଇଥିବା ମୋବାଇଲ୍‌ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ଫେରସ୍ତ କରିଛି।  ଥାନାରେ ରୁଜୁ ହୋଇଥିବା ୫୦ ଟି ମାମଲାର ତଦନ୍ତ କରି ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ ଟି ମୋବାଇଲ୍‌ ଉଦ୍ଧାର କରିଛି  । ଏସ୍‌ପି ଅଭିଳାଶ ଜିଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍‌ ଗତ ଜୁନ୍‌ ମାସରୁ ମୋବାଇଲ୍‌ ଗୁଡ଼ିକର ଆଇଏମ୍‌ଇଆଇ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା । IMG-20260809-WA0086
ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୦ଟି ମୋବାଇଲ୍‌ ଜବତ କରିଥିଲା । ଉଦ୍ଧାର ମୋବାଇଲ୍‌ଗୁଡ଼ିକୁ  ମାଲିକଙ୍କୁ ଫେରାଇବା ପାଇଁ ଥାନା ପରିସରରେ ମୋବାଇଲ୍‌ ବିତରଣ ମେଳା ଆୟୋଜିତ ହୋଇଥିଲା । ଆବଶ୍ୟକ ପ୍ରମାଣପତ୍ର ଓ ପରିଚୟପତ୍ର ଯାଞ୍ଚ ପରେ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଝାରୀ ମାଲିକ ମାନଙ୍କୁ ମୋବାଇଲ୍‌ ହସ୍ତାନ୍ତର କରିଥିଲେ । ଦୀର୍ଘଦିନ ପରେ ମୋବାଇଲ୍‌ ଫେରିପାଇବାପରେ ମାଲିକମାନଙ୍କ ମୁହଁରେ ହସ ଫୁଟିଥିଲା । ଏହି ଅବସରରେ ଏସ୍‌ଆଇ ଲିଙ୍ଗରାଜ କିଷାନ, କନେଷ୍ଟବଲ ଦୟାନିଧି ମେହେର, ସଞ୍ଜୁ ପଧାନ, ସୁକାନ୍ତି ମାଡକାମୀ, ରଞ୍ଜିତ ପୂଝାରୀ ଏବଂ ଟେକ୍ନିକାଲ ଟିମ୍‌ର ବାବୁଲାଲ ମଲ୍ଲିକ, ଲଲାଟେନ୍ଦୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie