LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ବଲାଙ୍ଗିର ସୁଦପଡ଼ା ରେଳ ଫାଟକରେ ଅଘଟଣ , ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରେଳଯାତ୍ରୀ

ବଲାଙ୍ଗିର ସୁଦପଡ଼ା ରେଳ ଫାଟକରେ ଅଘଟଣ , ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରେଳଯାତ୍ରୀ

Th08 23, 2026  Suprabhat Odisha  91 lượt xem
ବଲାଙ୍ଗିର ସୁଦପଡ଼ା ରେଳ ଫାଟକରେ ଅଘଟଣ , ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରେଳଯାତ୍ରୀ

ବଲାଙ୍ଗିର : ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ୍‌ରୁ ବଗି ଛାଡ଼ି ଚାଲିଗଲା ଇଞ୍ଜିନ । ଇଞ୍ଜିନ ଓ ବଗି ଅଲଗା ହୋଇଯିବାରୁ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଆତଙ୍କ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ରେଳଯାତ୍ରୀ । ୧୦୦ ୨୦୦ ମିଟର ପର୍ଯ୍ୟନ୍ତ ଇଞ୍ଜିନ ବଗି ଛାଡ଼ି ପଳାଇଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଇଞ୍ଜିନ କାହିଁକି ବଗି ଛାଡ଼ି ଅଲଗା ହୋଇଗଲା, ତାହାର କାରଣ ଜଣାପଡ଼ିନାହିଁ । ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ୩୦ ମିନିଟ୍ ପରେ ଇଞ୍ଜିନ ଫେରିବା ପରେ ଭୁବନେଶ୍ୱରକୁ ଫେରିଥିଲା ପୁରୁଣା କଟକ ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ।

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie