ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ବାପୁଜି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକଟି କମିଟିର ସଭାପତି ଶାନ୍ତି କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଗମୀ ଦିନରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କୁ ମହା ଆଡମ୍ବରରେ ପାଳନ କରିବା ପାଇଁ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକକୁ ହାଇସ୍କୁଲର ପୁରାତନ ଛାତ୍ର ତଥା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଘସିଏନର ଇଂରାଜୀ ଅଧ୍ୟାପକ ପ୍ରହଲ୍ଲାଦ ସାହୁ ସଂଯୋଜନା କରିଥିଲେ । ଏହି ବୈଠକରେ ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ କୃଷି ଅଧିକାରୀ ବନମାଳୀ ପୁଟା,ଅବସର ପ୍ରାପ୍ତ ଡାକ ବିଭାଗ କର୍ମଚାରୀ ମୋହନ ବାଗ,ଖୁସିରାମ ମଲ୍ଲିକ, ମହେଶ କୁମାର ସାହୁ, ପ୍ରେମାନନ୍ଦ ବାଗ , ବୁଲୁ ସାହୁ ଚୈତନ୍ୟ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜୟନ୍ତୀ ପାଳନ କମିଟିର ସମ୍ପାଦକ ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Để lại bình luận
Địa chỉ email của bạn sẽ không được công khai. Các trường bắt buộc được đánh dấu *