LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Th09 08, 2026  News Plus Odia  65 lượt xem
କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ସ୍ଥିତ ରମାଇହାଇସ୍କୁଲ ଖେଳ ପଡିଆ ଠାରେ କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁ ଙ୍କ ୧୦୩ ତମ ଜୟନ୍ତୀ ପାଳନ ପାଇଁ କୋଶଲି ଡେରା ପାଟଣାଗଡ଼ର ସମ୍ପାଦକ ଲାଲଚନ ବଗର୍ତ୍ତି ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସାହୁ କୋଶଲି ବାଲ୍ମୀକି  ଭାବେ ଓଡ଼ିଶାର ଘରେ ଘରେ ବେସ ପରିଚିତ ଥିଲେ । ତାଙ୍କର ରଚିତ ସାତ କାଣ୍ଡ କୋଶଲି ରାମାୟଣ ଏବଂ ତାଙ୍କ ଜୟନ୍ତୀ ପାଳନ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ଦିନ ତାଙ୍କ ଜନ୍ମମାଟି ଉକ୍ତ ବ୍ଳକ ବାଲିପଟା ଗ୍ରାମପଞ୍ଚାୟତ ସାନ କଲଙ୍ଗାପାଲି ଗ୍ରାମରେ ଅନୁଷ୍ଠିତ ହେବ । ଏହି ବୈଠକରେ କୋଶଲି ରାମାୟଣର ସମ୍ପାଦନା କରି ଥିବା ଗୁରୁଜୀ ଡ଼ଃ ଦୋଳଗୋବିନ୍ଦ ବିଶି,ପ୍ରକାଶକ ସାଗର ସାହୁ, ଯଜ୍ଞସେନ ସାହୁ ,ପଶ୍ଚିମ ଓଡିଶା ହଳଦିଆ ତୈଲିକ ବୈଶ୍ୟ ସମାଜର ରାଜ୍ୟ ସମ୍ପାଦକ ମୋହନ ସାହୁ,ଜୟନ୍ତୀ ପାଳନ କମିଟିର ସଭ୍ୟ କଵି କ୍ଷୀରୋଦ୍ର କୁମାର ସାହୁ ,କୀର୍ତ୍ତି ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଏହିଦିନ କବିଙ୍କର ୧୦୩ ତମ ଜୟନ୍ତୀ ପାଳନ କରିବା ସହିତ ତାଙ୍କ ରଚିତ ସାତକାଣ୍ଡ କୋଶଲି ରାମାୟଣ ଉନ୍ମୋଚିତ ହେବ । 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie