LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଲଗାଣ ବର୍ଷାରେ ଭାଙ୍ଗିଲା ଘର , ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲଗାଣ ବର୍ଷାରେ ଭାଙ୍ଗିଲା ଘର , ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

Th09 26, 2026  Suprabhat Odisha  9 lượt xem
ଲଗାଣ ବର୍ଷାରେ ଭାଙ୍ଗିଲା ଘର , ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ତୁରେକେଲା :  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେସ ପଞ୍ଚାୟତ ଅନ୍ତର୍ଗତ ଖୁଜେନ ଗାଁରେ ଲଗାଣ ବର୍ଷା ଯୋଗୁଁ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଘର ଭାଙ୍ଗିଯିବା ପରେ ପରିବାରଟି ଦୁର୍ଦ୍ଦଶାରେ ଦିନ କାଟୁଥିବା ଜଣାପଡ଼ିଛି । ଖୁଜେନ ଗାଁର ମହେଶ୍ୱର ସୁନା (୬୦) ଜଣେ ପାରାଲିସିସ୍‌ରେ ପୀଡ଼ିତ ବ୍ୟକ୍ତି । ତାଙ୍କ କହିବା ଅନୁସାରେ, ସେ ବର୍ତ୍ତମାନ ମାସିକ ୧୨୦୦ ଟଙ୍କା ଭତ୍ତା ପାଉଛନ୍ତି । ଏହି ଅଳ୍ପ ଅର୍ଥରେ ଦୈନନ୍ଦିନ ଜୀବନ ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ମହେଶ୍ୱରଙ୍କ କହିବା ଅନୁଯାୟୀ, ଭତ୍ତା ଅତିକମ୍‌ରେ ୩୫୦୦ ଟଙ୍କାକୁ ବୃଦ୍ଧି କରାଗଲେ ପରିବାର ଚଳାଇବାରେ କିଛି ସହାୟତା ମିଳିପାରନ୍ତା । ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବାରୁ ପ୍ରଶାସନ ପକ୍ଷରୁ ଘର ମରାମତି କିମ୍ବା ଆବାସ ଯୋଜନାରେ ସହାୟତା ସହ ତାଙ୍କ ଭତ୍ତା ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି ।

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie