LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଭିଜିଲାନ୍ସ ଜାଲରେ ସଇଁତଳା ଆର୍‌ଆଇ , ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ସଇଁତଳା ଆର୍‌ଆଇ , ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

Th10 13, 2026  Suprabhat Odisha  51 lượt xem
ଭିଜିଲାନ୍ସ ଜାଲରେ ସଇଁତଳା ଆର୍‌ଆଇ , ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସଇଁତଳା ରାଜସ୍ୱ ସର୍କଲର ଆର୍‌ଆଇ ଆଲାନ ବେହେରା। ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି ଜମିରେ ପରିବର୍ତ୍ତନ ପାଇଁ ଫିଲ୍ଡ ତଦନ୍ତ ରିପୋର୍ଟ ଦାଖଲ ଓ ଫାଇଲ ଆଗକୁ ବଢ଼ାଇବା ନିମନ୍ତେ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଏହି କାମ ପାଇଁ ଆର୍‌ଆଇ ୬ ହଜାର ଟଙ୍କା ଦାବି କରିଥିଲେ। ପରେ ଏହା ୩ ହଜାର ଟଙ୍କାକୁ କମିଥିଲା। ଆବେଦନକାରୀଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍‌ ଜାଲ ବିଛାଇ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି। ଏହାସହ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କିତ ଯାଞ୍ଚ ପାଇଁ ଦୁଇଟି ସ୍ଥାନରେ ତଦନ୍ତ ଚାଲିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie