LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Thể thao / ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁଲମିକୁ ହରାଇ ଫାଇନାଲରେ ସନପୁର

ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁଲମିକୁ ହରାଇ ଫାଇନାଲରେ ସନପୁର

Th10 17, 2026  Suprabhat Odisha  11 lượt xem
ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁଲମିକୁ ହରାଇ ଫାଇନାଲରେ ସନପୁର

ପାଟଣାଗଡ଼, : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ରମାଇ ହାଇସ୍କୁଲ ଖେଳପଡ଼ିଆରେ ସମଲେଶ୍ୱରୀ କ୍ଲବ ପକ୍ଷରୁ ଆୟୋଜିତ ସମଲେଶ୍ୱରୀ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଗୁଲମି ଦଳକୁ ପରାସ୍ତ କରି ସନପୁର ଦଳ ଫାଇନାଲରେ ପ୍ରବେଶ କରିଛି। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇ ସନପୁର ଫାଇନାଲ ଟିକେଟ୍‌ ହାସଲ କରିଛି। ଶନିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ଶେଷରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଗୁଲମିକୁ ପଛରେ ପକାଇ ସନପୁର ଦଳ ବିଜୟୀ ହୋଇଥିଲା। ମ୍ୟାଚ୍‌କୁ ନେଇ ଖେଳପଡ଼ିଆରେ ଫୁଟବଲପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଏହି ଅବସରରେ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜ ମୁଖ୍ୟ ଅତିଥି ଏବଂ ବଲାଙ୍ଗୀର ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମଲେଶ୍ୱରୀ କ୍ଲବର ଗୁଣନିଧି ପ୍ରଧାନ, ସନ୍ନ୍ୟାସୀ ବାଗଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରିଥିଲେ।ଆସନ୍ତା ୧୮ ତାରିଖରେ ସୋନପୁର ଓ ଉଦ୍ୟାନବନ୍ଦ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌କୁ ନେଇ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie