LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ , ୪୫ ରୁ ଊର୍ଦ୍ଧ୍ୱ ଅଭିଯୋଗ ପଞ୍ଜୀକୃତ

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ , ୪୫ ରୁ ଊର୍ଦ୍ଧ୍ୱ ଅଭିଯୋଗ ପଞ୍ଜୀକୃତ

Th11 02, 2026  Suprabhat Odisha  12 lượt xem
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ,  ୪୫ ରୁ ଊର୍ଦ୍ଧ୍ୱ ଅଭିଯୋଗ ପଞ୍ଜୀକୃତ

ପାଟଣାଗଡ଼ ୨।୧୧ ( ସୂପ୍ରଭାତ ଓଡ଼ିଶା ): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଖୁରସେଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁମନ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ସମସ୍ୟା ନେଇ ହିତାଧିକାରୀମାନେ ନିଜ ନିଜର ଅଭିଯୋଗ ଓ ଆବେଦନ ଉପସ୍ଥାପନ କରିଥିଲେ । ଶିବିରରେ ୪୫ ରୁ ଊର୍ଦ୍ଧ୍ୱ ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ବିଶେଷକରି ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ , ରାସନ୍ କାର୍ଡ ସମେତ ବିଭିନ୍ନ ଦାବିନେଇ ହିତାଧିକାରୀମାନେ ଆବେଦନ କରିଥିଲେ । ଏହି ଶିବିରରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରି କମଳାକାନ୍ତ ବାରିକ ,ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ସମିତି ସଭ୍ୟ, ୱାର୍ଡମେମ୍ବରଙ୍କ ସମେତ ବ୍ଲକ୍‌ର ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie