ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ପୁଲିସ ଚୋରି ଅଭିଯୋଗରେ ୨ ଜଣ ଯୁବକ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କଣମଣା ପଞ୍ଚାୟତର ଏସ. ମୋହନ ରେଡ୍ଡୀ (୩୦) ଓ ମିଥୁନ ବେହେରା (୩୪) (ଓରଫ୍ ) ମାଧବ । ତାଙ୍କର ଠାରୁ ଚୋରି ହୋଇଥିବା ୬ ଗୋଟି ବ୍ୟାଟେରୀ ଜବତ କରିଛି ପୁଲିସ । ସୂଚନା ଯୋଗ୍ୟ ଯେ ଦୁଇଜଣ ଯୁବକ ଅନେକ ଦିନରୁ ଗାଡ଼ିରୁ ବ୍ୟାଟେରୀ ଚୋରି କରି ଆସୁଥିଲେ । ଅଭିଯୋଗ ପରେ ପୁଲିସ କେଶ ନଂ ୩୭୫/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦୁଇଜଣ ଯୁବକ ଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା । ପରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *