LaraMag - Sistem Berita / Majalah Laravel Multibahasa

Header
collapse
...
Home / Olahraga / ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍‌ରେ ୧୧ ସ୍ୱର୍ଣ୍ଣ ସହ ୩୬ ପଦକ

ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍‌ରେ ୧୧ ସ୍ୱର୍ଣ୍ଣ ସହ ୩୬ ପଦକ

Agt 05, 2026   102 kali dilihat
ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍‌ରେ ୧୧ ସ୍ୱର୍ଣ୍ଣ ସହ  ୩୬ ପଦକ

ବଲାଙ୍ଗିର : ପଶ୍ଚିମବଙ୍ଗର କୋଲକାତାସ୍ଥିତ ନେତାଜୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ‘ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍’ରେ ବଲାଙ୍ଗିରର କରାଟେକାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରତିଯୋଗିତାରେ ବଲାଙ୍ଗିର ଦଳ ୧୧ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୭ଟି କାଂସ୍ୟ ପଦକ ସହ ମୋଟ ୩୬ଟି ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛି । ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ଆଦିତ୍ୟ ସିଂ ବାରିକ, ଆନନ୍ଦିତା ସାହୁ, ଅଂଶୁମାନ ଧରୁଆ, ଯଶୋବନ୍ତ କୁମ୍ଭାର (ଦୁଇଟି ସ୍ୱର୍ଣ୍ଣ), ଜସମିନ ସାହୁ, କାବ୍ୟାରାଣୀ ହଂସ, ଲୋକେଶ ବାଗ, ପଲ୍ଲବୀ ନାଏକ, ଶ୍ୟାମାରାଣୀ ଖୁଆସ ଏବଂ ସୋମେଶ ବାଗ ସାମିଲ ଅଛନ୍ତି । ରୌପ୍ୟ ପଦକ ଅଭିନନ୍ଦନ ସ୍ୱାମୀ ଓ ହିତେଶ ପ୍ରିୟଦର୍ଶୀ ବେହେରାଙ୍କ ନାମରେ ଯାଇଥିବା ବେଳେ କାଂସ୍ୟ ପଦକ ବିଜେତାଙ୍କ ମଧ୍ୟରେ ଆଲିୟନ ତିର୍କି, ଆରୁଶି ବେହେରା, ଆର୍ଶିବାଦ ଦାସ, ଦିବ୍ୟେଶ ଜେନା, ହାର୍ଦ୍ଦିକ ବାରିକ, ଇଭାନ ପ୍ରଧାନ, ପ୍ରୟାଂଶୁ ଶେଖର ଭାଟି, ଶ୍ରୀୟା ସାହୁ ଓ ଶ୍ରୀତ୍ତମ ଭଣ୍ଡ ରହିଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ପାଇଁ ବଲାଙ୍ଗିର କରାଟେ ସଂଘ ଓ ବଲାଙ୍ଗିର କରାଟେ ସ୍କୁଲ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଯାଇଛି । ମୁଖ୍ୟ ଉପଦେଷ୍ଟା ମାନୁଏଲ ନାଗ, ସଭାପତି ସଚ୍ଚିଦାନନ୍ଦ ବାଗ, ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ଓ କୋଷାଧ୍ୟକ୍ଷ ରବି ବେହେରା ସଫଳ କ୍ରୀଡ଼ାବିଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ସ୍କୁଲର ସମ୍ପାଦକ ହୃଦୟ ଶବର ରେଫରୀ ଓ ଜଜ୍ ଭାବେ ଦାୟିତ୍ୱ ତୁଳାଇଥିବା ବେଳେ ଟିମ୍ ମ୍ୟାନେଜର ରାଜେନ୍ଦ୍ର ବାଗଙ୍କ ସହ ସହଯୋଗୀ ପ୍ରଶିକ୍ଷକ ରେଖା ମନହିରା ଓ ବିନୋଦିନୀ ଠେଲା ଦଳକୁ ନେତୃତ୍ୱ ଦେଇଥିଲେ । ପ୍ରତିଯୋଗିତା ଶେଷରେ ଦଳ ବଲାଙ୍ଗିର ଫେରିବା ପରେ ରେଳ ଷ୍ଟେସନରେ ବଲାଙ୍ଗିର କରାଟେ ସ୍କୁଲ ପକ୍ଷରୁ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା ।

 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie