ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ଗଡଭିତର ସ୍ଥିତ ପାଟଣେଶ୍ଵରୀ ଭବନ ଠାରେ ରବିବାର ପାଟଣାଗଡ଼ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଦେବେନ୍ଦ୍ର କୁମାର ଜୈନ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଓ ସଂଯୋଜକ ଭାବେ ରମେଶ ଜୈନ ଉପସ୍ଥିତ ଥିବା ବେଳେ ବକ୍ତା ଭାବେ ବରିଷ୍ଠ ଖବରଦାତା ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇଥିଲେ । ଅତିଥି ମାନେ ମୁଖ୍ୟତ ନୂଆଁଖାଇ ଓ କୋଶଳଞ୍ଚଳ ଇତିହାସ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏପରିକି ନୂଆଁଖାଇ ହେଉଛି ଏକ ଭାଇଚାରାର ପର୍ବ ଓ ସମସ୍ତ ଭାଷା ସହିତ ନିଜ ମାତୃଭାଷାକୁ ସମ୍ନାନ ଦେବାକୁ ଅତିଥି ମାନେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଶଲବାଦୀ ନେତା କିଶୋର କୁମାର ହୋତା, ଶ୍ୟାମା ପ୍ରସାଦ ମିଶ୍ର , ସୁଶୀଳ ଗୁରୁ, ବିମଳ କୁମାର ବାଗ, ଶାନ୍ତନୁ କୁମାର ବୁଧିଆ, ରୋଲିନି ଦାସ, ସାଇନା ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ , ଶର୍ମିଷ୍ଠା ନନ୍ଦ , ଅଞ୍ଚଳର ମାନ୍ଯଗନ୍ଯ ବ୍ୟକ୍ତି, ସାମାଜିକ ସଂଗଠନ, କୋଶଲ ସଂଗ୍ରାମୀ ଓ ସମସ୍ତ ଖବରଦାତା ବନ୍ଧୁ ମାନେ ଉପସ୍ଥିତ ଥିଲେ ।
Tinggalkan komentar
Alamat email Anda tidak akan dipublikasikan. Kolom yang wajib diisi ditandai *