Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 27, 2026  Suprabhat Odisha  37 views
କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାଟଣାଗଡ଼: ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ମାଟି, ମଣିଷ, କୃଷି, ପରମ୍ପରା ଓ ସାମୂହିକ ଭାବନାର ଏକ ଅନନ୍ୟ ପରିଚୟ। ଏହି ପରମ୍ପରା ଓ କୋଶଲୀ ସାଂସ୍କୃତିକ ଚେତନାକୁ ନେଇ କୋଶଲ ମୁକ୍ତି ମୋର୍ଚ୍ଚା, ପାଟଣାଗଡ଼ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ରବିବାର ଏନ୍ଏସି ଗଡ଼ଭିତର ସ୍ଥିତ ପାଟଣେଶ୍ଵରୀ ଭବନ ଠାରେ ସମ୍ପନ୍ନ ହୋଇଛି। ଏହି ଅବସରରେ ଆଜି ସକାଳୁ କୋଶଲି ବାଦ୍ୟରେ ମାଁ ପାଟଣେଶ୍ବରୀ, କୋଶେଲେଶ୍ବର ମହାଦେବ ବାବା ଓ ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ କୋଶଲ ମୁକ୍ତି ମୋର୍ଚ୍ଚାର ସମସ୍ତ ସଦସ୍ୟ ପହଞ୍ଚି ପୁଜାର୍ଚାନା କରି ନିମନ୍ତ୍ରଣ କରି ନୂଆଖାଇ ଭେଟର ସଭାସ୍ଥଳକୁ ପହଞ୍ଚିଥିଲେ। । ନୂଆଁଖାଇର ଭାଇଚାରା ସହ କୋଶଲ ଅଞ୍ଚଳର ଇତିହାସ, ସଂସ୍କୃତି ଓ ଅସ୍ମିତାକୁ ନେଇ ବିଭିନ୍ନ ମାନ୍ଯଗନ୍ଯ ବ୍ୟକ୍ତି ତାଙ୍କ ଅଭିଷଣ ରଖିଥିଲେ । ଏହି ଅବସରରେ କୋଶଲ ମୁକ୍ତି ମୋର୍ଚ୍ଚାର ସଭାପତି ଦେବେନ୍ଦ୍ର କୁମାର ଜୈନ, କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଓ ସଂଯୋଜକ ରମେଶ ଜୈନ ଉପସ୍ଥିତ ଥିଲେ। ବକ୍ତା ଭାବେ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୋଶଲବାଦୀ ନେତା କିଶୋର କୁମାର ହୋତା ଓ ଶ୍ୟାମା ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏଥିସହ କୋଶଲବାଦୀ ନେତା ସୁଶୀଳ ଗୁରୁ, ବିମଳ କୁମାର ବାଗ, ଶାନ୍ତନୁ କୁମାର ବୁଧିଆ, ରୋଲିନି ଦାସ, ସାଇନା ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ କୁନା ସେଟ , ବାଦଳ ମିଶ୍ର, ସତ୍ୟ ଜାଲ ଓ ଶର୍ମିଷ୍ଠା ନନ୍ଦଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଭିନ୍ନ ସାମାଜିକ ସଂଗଠନର ସଭାପତି ଓ ସଦସ୍ୟ, ବିଭିନ୍ନ ସଂଗଠନର କୋଶଲ ସଂଗ୍ରାମୀ ଏବଂ ବହୁ ସାମ୍ବାଦିକ ବନ୍ଧୁ ମଧ୍ୟ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଧୁମାଭଟା କଲେଜ ଓ ଚଙ୍ଗରିଆ କଲେଜର ମେଧାବୀ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଯୁବପିଢ଼ିଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଏକ ଭିନ୍ନ ମାତ୍ରା ଦେଇଥିଲା। ନୂଆଁଖାଇର ପରମ୍ପରା ଓ କୋଶଲ ଅଞ୍ଚଳର ଇତିହାସ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ଆଲୋଚନା ଓ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏହି ଭେଟଘାଟର ମୁଖ୍ୟ ଆକର୍ଷଣ ମଧ୍ୟରେ କୋଶଳୀ କବିତା ଆସର, କୋଶଲ ଇତିହାସ ଉପରେ ଅଭିଭାଷଣ ଓ କରମସାନି ବାଦ୍ୟ ରହିଥିଲା। କବିତା ଓ ଲୋକବାଦ୍ୟର ତାଳରେ ମାଟିର ଗନ୍ଧ ଓ କୋଶଲୀ ଲୋକସଂସ୍କୃତିର ଛବି ପ୍ରତିଫଳିତ ହୋଇଥିଲା। ଇତିହାସ ଓ ପରମ୍ପରାକୁ ନେଇ ହୋଇଥିବା ଚର୍ଚ୍ଚା ମଧ୍ୟ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥିଲା। ନୂଆଁଖାଇର ମୂଳ ଭାବନା ହେଉଛି ଭାଇଚାରା, ସମ୍ପର୍କର ନବୀକରଣ ଓ ସାମୂହିକ ଆନନ୍ଦ। ସେହି ଭାବନାକୁ ଆଧାର କରି ଆୟୋଜିତ ଏହି ଭେଟଘାଟରେ ବିଭିନ୍ନ ବର୍ଗ ଓ ସଂଗଠନର ଲୋକଙ୍କ ଉପସ୍ଥିତି ଏକ ସାମାଜିକ ମିଳନର ପରିବେଶ ସୃଷ୍ଟି କରିଥିଲା। ପର୍ବର ଉତ୍ସବ ସହ କୋଶଲୀ ଭାଷା, ସଂସ୍କୃତି, ଇତିହାସ ଓ ଅସ୍ମିତାକୁ ନେଇ ଆଲୋଚନା ଏହି ଆୟୋଜନର ଏକ ପ୍ରମୁଖ ଦିଗ ହୋଇଥିଲା। ନୂଆଁଖାଇ ଭେଟଘାଟ ଏକ ସାଂସ୍କୃତିକ ମିଳନର ମଞ୍ଚ ଭାବେ ସମ୍ପନ୍ନ ହୋଇଥିବା ବେଳେ ଏଥିରେ ଇତିହାସ, ସାହିତ୍ୟ, ଲୋକସଂସ୍କୃତି ଓ କୋଶଲୀ ଚେତନାର ବିଭିନ୍ନ ଦିଗ ଏକାଠି ହୋଇଥିଲା।

 

 

 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy