Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ସାପ୍ତାହିକ ବଜାର ସମ୍ଭୁଖରୁ ବାଇକ୍ ଚୋରି

ସାପ୍ତାହିକ ବଜାର ସମ୍ଭୁଖରୁ ବାଇକ୍ ଚୋରି

Nov 04, 2026  Suprabhat Odisha  8 views
ସାପ୍ତାହିକ ବଜାର ସମ୍ଭୁଖରୁ ବାଇକ୍ ଚୋରି

ପାଟଣାଗଡ଼, (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରାମର ସାପ୍ତାହିକ ବଜାରରୁ ମଙ୍ଗଳବାର ଏକ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବଜାର ସମ୍ମୁଖରେ ବାଇକ୍‌ ରଖି ପନିପରିବା କିଣିବାକୁ ଯାଇଥିବା ଜଣେ ଯୁବକ ଫେରିବା ବେଳକୁ ତାଙ୍କ ବାଇକ୍‌ ଗାଏବ ହୋଇଯାଇଥିଲା । ଏ ନେଇ ସେ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ମୁଣ୍ଡାପଲା ଗ୍ରାମର ଖଗେଶ୍ୱର ବାଗ ନିଜ ବାଇକ୍‌ (ଓଡି-୦୩-ଏସି-୬୦୨୭) ଯୋଗେ ଭଇଁଷା ସାପ୍ତାହିକ ବଜାରକୁ ପନିପରିବା କିଣିବାକୁ ଆସିଥିଲେ । ସେ ବଜାର ସମ୍ମୁଖରେ ବାଇକ୍‌ଟିକୁ ରଖି କିଣାକିଣି କରିବାକୁ ଯାଇଥିଲେ। କିଛି ସମୟ ପରେ କିଣାକିଣି ସାରି ଫେରିବା ବେଳକୁ ନିର୍ଦ୍ଦିଷ୍ଟ ସ୍ଥାନରେ ବାଇକ୍‌ଟି ଆଉ ନଥିବା ଦେଖିବାକୁ ପାଇଥିଲେ। ପରେ ସେ ବଜାର ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବାଇକ୍‌ର କୌଣସି ପତ୍ତା ପାଇନଥିଲେ। ଶେଷରେ ଚୋରି ହୋଇଥିବା ସନ୍ଦେହ କରି ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସାପ୍ତାହିକ ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦିନଦ୍ୱିପ୍ରହରରେ ବାଇକ୍‌ ଚୋରି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। 

 

 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy