NewsPlus Odia - Breaking News, Politics, Crime, Daily News

Header
collapse
...
Home / ଶିକ୍ଷା / ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରିଲା ବିଜେଡି

ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରିଲା ବିଜେଡି

Jun 12, 2026   229 views
ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରିଲା ବିଜେଡି

ଖପ୍ରାଖୋଲ: ୧୨।୬(ନିୟୁଜ ପ୍ଳସ ଓଡ଼ିଆ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ସ୍ଥାନୀୟ ବିଜେଡି ଦଳ ପକ୍ଷରୁ ସାତ ଦଫା ଦାବି ନେଇ ବିଦ୍ୟୁତ୍ ଅଫିସ ଘେରାଉ କରାଯାଇଛି । ପ୍ରଥମେ ଦଳର କର୍ମକର୍ତ୍ତା ମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । କିଛି ସମୟପରେ ସେମାନେ ଜିଲ୍ଲା ସଭାପତି ତଥା ପାଟଣାଗଡ ପୁର୍ବତନ ବିଧାୟକ ସରୋଜ କୁମାର ମେହେର ଙ୍କ ନେତୃତ୍ବରେ ଏକ ବାଇକ ରାଲିରେ ବାହାରି ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚି କିଛି ସମୟ ପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡିର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ସାମିଲ ହୋଇଥିଲେ । ଆଗାମୀ ଦିନରେ ଦାବି ଗୁଡିକ ପୁରଣ ନହେଲେ ଜୋରଦାର ଆନ୍ଦୋଳନ ହେବବୋଲି ଆନ୍ଦୋଳନ କାରିମାନେ ଚେତାବନୀ ଦେଇଥିଲେ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy