LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Eyl 27, 2026  Suprabhat Odisha  38 görüntüleme
କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ଗଡଭିତର ସ୍ଥିତ ପାଟଣେଶ୍ଵରୀ ଭବନ ଠାରେ ରବିବାର ପାଟଣାଗଡ଼ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଦେବେନ୍ଦ୍ର କୁମାର ଜୈନ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଓ ସଂଯୋଜକ ଭାବେ ରମେଶ ଜୈନ ଉପସ୍ଥିତ ଥିବା ବେଳେ ବକ୍ତା ଭାବେ ବରିଷ୍ଠ ଖବରଦାତା ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇଥିଲେ । ଅତିଥି ମାନେ ମୁଖ୍ୟତ ନୂଆଁଖାଇ ଓ କୋଶଳଞ୍ଚଳ ଇତିହାସ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏପରିକି ନୂଆଁଖାଇ ହେଉଛି ଏକ ଭାଇଚାରାର ପର୍ବ ଓ ସମସ୍ତ ଭାଷା ସହିତ ନିଜ ମାତୃଭାଷାକୁ ସମ୍ନାନ ଦେବାକୁ ଅତିଥି ମାନେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଶଲବାଦୀ ନେତା କିଶୋର କୁମାର ହୋତା,  ଶ୍ୟାମା ପ୍ରସାଦ ମିଶ୍ର , ସୁଶୀଳ ଗୁରୁ,  ବିମଳ କୁମାର ବାଗ, ଶାନ୍ତନୁ କୁମାର ବୁଧିଆ,  ରୋଲିନି ଦାସ, ସାଇନା ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ , ଶର୍ମିଷ୍ଠା ନନ୍ଦ , ଅଞ୍ଚଳର ମାନ୍ଯଗନ୍ଯ ବ୍ୟକ୍ତି, ସାମାଜିକ ସଂଗଠନ, କୋଶଲ ସଂଗ୍ରାମୀ ଓ ସମସ୍ତ ଖବରଦାତା ବନ୍ଧୁ ମାନେ ଉପସ୍ଥିତ ଥିଲେ ।


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası