LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Crime / ୨୧ କେଜି ଗଞ୍ଜେଇ ଜବତ , ୩ ଗିରଫ ଗଞ୍ଜେଇ ସହ ଅଲ୍ଟୋ କାର୍‌ ଜବତ

୨୧ କେଜି ଗଞ୍ଜେଇ ଜବତ , ୩ ଗିରଫ ଗଞ୍ଜେଇ ସହ ଅଲ୍ଟୋ କାର୍‌ ଜବତ

Th10 29, 2026  Suprabhat Odisha  8 lượt xem
୨୧ କେଜି ଗଞ୍ଜେଇ ଜବତ , ୩ ଗିରଫ  ଗଞ୍ଜେଇ ସହ ଅଲ୍ଟୋ କାର୍‌ ଜବତ

ପାଟଣାଗଡ଼, ୨୯।୧୦ (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩  ଜଣ ଯୁବକ ଙ୍କୁ ଗିରଫ କରିବା ସହ ୨୧ କେଜି ଗଞ୍ଜେଇ ଓ ଏକ ଅଲ୍ଟୋ କାର୍‌ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଶାନ୍ତ ମେହେର (୨୯), ନରେନ୍ଦ୍ର ସାହୁ (୨୦) ଓ ରାକେଶ କୁମ୍ଭାର (୨୦)।ସୂଚନା ଅନୁଯାୟୀ, ଗୁରୁବାର ଭୋର୍‌ ପ୍ରାୟ ୪ ଟା ୩୦ ମିନିଟ୍‌ ସମୟରେ ପାଟଣାଗଡ଼ ଥାନା ଅନ୍ତର୍ଗତ ପଣ୍ଡାମୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ବିଭାଗୀୟ ଟିମ୍‌ ସେଠାରେ ଚଢ଼ାଉ କରି ଏକ ଅଲ୍ଟୋ କାର୍‌ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାର୍‌ ଭିତରୁ ୨୧ କେଜି ଗଞ୍ଜେଇ ମିଳିଥିଲା । ଏହାପରେ ଗଞ୍ଜେଇ ଓ କାର୍‌କୁ ଜବତ କରିବା ସହ ୩ ଯୁବକ ଙ୍କୁ ଅବକାରୀ ଥାନାକୁ ଅଣାଯାଇଥିଲା। ସେମାନଙ୍କୁ ଅଧିକ ପଚରାଉଚରା ପରେ ଏନେଇ ପିଆର୍‌ ନଂ. ୧୫୧/୨୦୨୬-୨୭ ରେ ଏକ ମାମଲା ରୁଜୁ କରି ଯୁବକ ମାନଙ୍କୁ କୋର୍ଟଚାଲାଣ କରରାଯାଇଛି  ବୋଲି  ପାଟଣାଗଡ଼ ଅବକାରୀ ଥାନା ଅଧିକାରୀ ଭବାନୀଶଙ୍କର ବେହେରା ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଏଏସ୍‌ଆଇ ପିଣ୍ଟୁ ସାହୁ, କନଷ୍ଟେବଳ ଗୁଣମତୀ ମାଝୀ, ବିନୟ ପଟେଲ ଓ ନିତିଶ ତାରିଆ ସାମିଲ ହୋଇଥିଲେ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie