NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ , ଭିତରେ ଫସି ରହିଲେ ଛାତ୍ରୀ

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ , ଭିତରେ ଫସି ରହିଲେ ଛାତ୍ରୀ

Aug 23, 2026  News Plus Odia  124 views
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ , ଭିତରେ ଫସି ରହିଲେ ଛାତ୍ରୀ

ପାଟଣାଗଡ଼ :ବଲାଙ୍ଗୀର ଜିଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ଭାଇଁସା ସରକାରୀ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲ ଛୁଟି ହେବା ପରେ ଜଣେ ଛାତ୍ରୀ ସ୍କୁଲ ଭିତରେ ଥିବା ବେଳେ ତାଲା ପକାଇ ସ୍କୁଲ ଶିକ୍ଷକମାନେ ଚାଲିଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ସ୍କୁଲ ଭିତରୁ ବାହାରିବା ପାଇଁ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍କୁଲ କୋଠରୀର ତାଲା ଖୋଲି ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଯାଇଥିଲା । ତେବେ ଘଟଣାର ଦୃଶ୍ୟ ରେକର୍ଡ ହୋଇଥିବା ଭିଡିଓ ରବିବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଜଣେ ଛାତ୍ରୀ ସ୍କୁଲ ଭିତରେ ଥିବା ସତ୍ତ୍ୱେ କିପରି ସ୍କୁଲରେ ତାଲା ପଡ଼ିଲା, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଘଟଣାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy