NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / କୋଶଳ ମୁକ୍ତି ମୋର୍ଚ୍ଚାର ଆମରଣ ଅନଶନ ପ୍ରସଙ୍ଗ ୩ ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦେବାପରେ ଆମରଣ ଅନଶନ ପ୍ରତ୍ୟାହୃତ

କୋଶଳ ମୁକ୍ତି ମୋର୍ଚ୍ଚାର ଆମରଣ ଅନଶନ ପ୍ରସଙ୍ଗ ୩ ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦେବାପରେ ଆମରଣ ଅନଶନ ପ୍ରତ୍ୟାହୃତ

Aug 25, 2026  News Plus Odia  119 views
କୋଶଳ ମୁକ୍ତି ମୋର୍ଚ୍ଚାର ଆମରଣ ଅନଶନ  ପ୍ରସଙ୍ଗ  ୩ ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦେବାପରେ  ଆମରଣ ଅନଶନ ପ୍ରତ୍ୟାହୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଖ୍ତ ଚିକିତ୍ସା ଲୟରେ କୋଶଳ ମୁକ୍ତି ମୋର୍ଚ୍ଚାର  ଆନ୍ଦୋଳନ ମଙ୍ଗଳବାର ଦ୍ଵିତୀୟ ଦିନରେ ପହଞ୍ଚିଛି । ୩ ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦେବା ସହ ଅନ୍ୟ ଦାବି ଗୁଡିକ ପୂରଣ ହେବାପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି ।‌ ଜିଲ୍ଲା ଚିକିତ୍ସା ଅଧିକାରୀ ପାଟଣାଗଡ ଉପଖଖ୍ତ ଚିକିତ୍ସା ଅଧିକାରୀ ଙ୍କ ହାତରେ ଡାକ୍ତର ନିଯୁକ୍ତି ଚିଠି ପହଞ୍ଚାଇବା ପରେ ଆନ୍ଦୋଳନ କାରୀମାନେ ଆମରଣ ଅନସନରୁ ଓହରିଥିଲେ । ଏହାରି ପ୍ରତିବାଦରେ ସୋମବାର ଦିନ ଠାରୁ ଉପଖଖ୍ତ ଚିକିତ୍ସାଲୟ ସମ୍ଭୁଖରେ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରଖି ଥ‌ିବାବେଳେ ସେମାନଙ୍କ ମଧ୍ୟରୁ କୋଶଳ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଆମରଣ ଅନଶନରେ ବସିଥିଲି । ସଫେଇ କର୍ମଚାରୀ ଓ ବିଭିନ୍ନ ସଙ୍ଗଠନ ଓ ବିଭିନ୍ନ ବ୍ଳକର ଜନସାଧାରଣ ସମ୍ପୂର୍ଣ୍ଣ ଭାବରେ ସହଯୋଗ ସହ ସମର୍ଥନ କରିଥିଲେ । ପ୍ରକାଶ ଯେ , ବହୁ ପୁରାତନ ଏହି ପାଟଣାଗଡ଼ ଉପଖଣ୍ଡୀୟ ଚିକିତ୍ସାଳୟରେ ସମୁଦାୟ ୫୦ ଡାକ୍ତର କାର୍ଯ୍ୟ କରିବାର ପ୍ରାବଧାନ ରହିଥ‌ିବା ବେଳେ ଜଣେ ଅଧୀକ୍ଷକ ଏବଂ ୨ ଜଣ ବିଶେଷଜ୍ଞ ଙ୍କୁ ମିଶାଇ ବର୍ତ୍ତମାନ ନୂତନ ଚିକିତ୍ସାଳୟରେ ରହିଛନ୍ତି ୧୨ ଜଣ ଡାକ୍ତର । ତାହା ମଧ୍ୟରୁ ୮ ଜଣ ରହିଛନ୍ତି ଏଲ୍ସିଆର୍‌ଏମ୍ଓ । ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ କୌଣସି ଶଲ୍ୟ ଚିକିତ୍ସକ ନଥିବା ସହ ଶିଶୁ ରୋଗ ବିଶେଷଜ୍ଞ, ପାଥୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଇତ୍ଯାଦି ପଦବୀମାନ ଖାଲି ରହିଛି । ଜଣେ ଭେଷଜ ବିଶେଷଜ୍ଞ ରହିଥିଲେ ମଧ୍ୟ ସେ ଗତ  ୨୫ ୦୪.୨୦୨୪ ରୁ ସେ ଛୁଟିରେ ରହିଥ‌ିବା ଜଣା ପଡିଛି । ସେହିଭଳି ୩୫ ଜଣ ଏଲଟିଆରଏମଓ ଡାକ୍ତର ଅବସ୍ଥାପିତ ହେବାକୁ ଥିବା ବେଳେ । କେବଳ ୮ ଜଣ ରହିଥିବା ଜଣାଯାଇଛି । ଏଭଳି ସ୍ଥିତିରେ ଜନସାଧାରଣ ସ୍ବାସ୍ଥ୍ୟ ସେବା ଭଳି ନିଜର ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି । ଆଜିର ଏହି ଆମରଣ ଅନସନକୁ ସମର୍ଥନ ଜଣାଇ  ରମେଶ ଜୈନ, ସୁଶୀଲ କୁମାର ଗୁରୁ,  ବିମଳ ବାଗ , ସାନ୍ତୁନୁ ବୁଦ୍ଧିଆ, ଜୟନ୍ତ କୁମ୍ଭାର ଙ୍କ ସମେତ ସଂଘର ଅନେକ ସଦସ୍ୟ ସହ ସଫେଇ କର୍ମଚାରୀମାନେ ଯୋଗଦେଇ  ଥିଲେ ।

 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy