NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ବିନ୍ଧନପଦର ଗାଁରେ ହାତୀ ଉପଦ୍ରବ ପ୍ରସଙ୍ଗ , ଗାଁକୁ ପହଞ୍ଚି କ୍ଷୟକ୍ଷତିର ଆକଳନ କଲା ବନ ବିଭାଗ

ବିନ୍ଧନପଦର ଗାଁରେ ହାତୀ ଉପଦ୍ରବ ପ୍ରସଙ୍ଗ , ଗାଁକୁ ପହଞ୍ଚି କ୍ଷୟକ୍ଷତିର ଆକଳନ କଲା ବନ ବିଭାଗ

Aug 28, 2026  News Plus Odia  121 views
ବିନ୍ଧନପଦର ଗାଁରେ ହାତୀ ଉପଦ୍ରବ ପ୍ରସଙ୍ଗ   , ଗାଁକୁ ପହଞ୍ଚି କ୍ଷୟକ୍ଷତିର ଆକଳନ କଲା ବନ ବିଭାଗ

ପାଟଣାଗଡ଼  : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିନ୍ଧନପଦର ଗାଁରେ ଜଙ୍ଗଲୀ ହାତୀର ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ଗାଁର ଜଣେ ବୃଦ୍ଧ ନିରଞ୍ଜନ ଧାରୁଆ (୭୨) ଓ ତାଙ୍କ ସ୍ତ୍ରୀ ରଜନୀ ଧାରୁଆ (୬୦) ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ହେଁ, ସେମାନଙ୍କ ମାଟିଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଘରେ ଥିବା ସମସ୍ତ ଖାଦ୍ୟ ସାମଗ୍ରୀ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି । ଏହି ବୃଦ୍ଧ ଦମ୍ପତିଙ୍କ ଦୁର୍ଦ୍ଦଶା ସମ୍ପର୍କରେ କୋଶଲ ମୁକ୍ତି ମୋର୍ଚ୍ଚା ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଅନୁଧ୍ୟାନ କରିବା ଏବଂ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ନିଦ୍ରାବୃତ ବନ ବିଭାଗର ନିଦ ଭାଙ୍ଗିଛି । ଖବର ପ୍ରସାରିତ ହେବା ମାତ୍ରେ ବନ ବିଭାଗ ତତ୍ପରତା ଦେଖାଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଫରେଷ୍ଟର ବିନୋଦ ବିହାରୀ ଧରୁଆଙ୍କ ନେତୃତ୍ୱରେ ପ୍ରଭାବିତ ପରିବାରକୁ ପ୍ରାଥମିକ ସହାୟତା ପ୍ରଦାନ କରାଯାଇଛି। ବନବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ରାଜସ୍ୱ ନିରୀକ୍ଷକ (ଆର.ଆଇ) ପହଞ୍ଚି ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ ରିପୋର୍ଟ ଦେବେ। ସେହି ଆକଳନ ରିପୋର୍ଟ ପ୍ରସ୍ତୁତ ହୋଇ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରାଯିବା ପରେ ସରକାରୀ ନିୟମାନୁସାରେ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ। ତେବେ ଗ୍ରାମାଞ୍ଚଳରେ ଅନେକ ସମୟରେ ସରକାରୀ ପ୍ରକ୍ରିୟା ଫାଇଲ ତଳେ ଦବି ରହିଯାଏ ଏବଂ ପ୍ରତିଶ୍ରୁତି କେବଳ କାଗଜପତ୍ରରେ ସୀମିତ ରହିଯାଏ। ଏଭଳି ସ୍ଥିତିରେ ସର୍ବସ୍ୱ ହରାଇ ଅସହାୟ ହୋଇପଡ଼ିଥିବା ଏହି ବୃଦ୍ଧ ଦମ୍ପତିଙ୍କୁ କୌଣସି କାଗଜପତ୍ରର ଜଟିଳତା ଭିତରେ ନଫସାଇ କେତେ ଶୀଘ୍ର ପ୍ରକୃତ ଆର୍ଥିକ ସହାୟତା ଓ ପକ୍କା ଘର ଯୋଗାଇ ଦିଆଯାଉଛି, ତାହା ଦେଖିବାକୁ ବାକି ରହିଲା।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy