NewsPlus Odia - Breaking News, Politics, Crime, Daily News

Header
collapse
...
Home / କ୍ରୀଡ଼ା / ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ , ଭାଗନେଲେ ୧୫୦ ରୁ ଅଧିକ ଖେଳାଳି

ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ , ଭାଗନେଲେ ୧୫୦ ରୁ ଅଧିକ ଖେଳାଳି

Aug 29, 2026  News Plus Odia  66 views
ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ , ଭାଗନେଲେ ୧୫୦ ରୁ ଅଧିକ ଖେଳାଳି

ବଲାଙ୍ଗିର : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ର ଉଦ୍‌ଘାଟନ ହୋଇଯାଇଛି । ୨ ଦିନ ବ୍ୟାପି ୧୩ ବର୍ଷ, ୧୫ ବର୍ଷ ଓ ୧୭ ବର୍ଷରୁ କମ୍‌ ବାଳକ ବାଳିକାଙ୍କୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାକୁ ବଲାଙ୍ଗିରର ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । କେବଳ ତୃଣମୂଳ ସ୍ତରର ଖେଳାଳି ଯେଉଁମାନେ କି ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ପଂଜିକୃତ ହୋଇନଥିବେ, କେବଳ ସେହି ଖେଳାଳିଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିବାରୁ, ଆୟୋଜକ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଓ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଏହି ନିଆରା ଉଦ୍ୟମ ଆଗାମୀ ଦିନରେ ବ୍ୟାଡମିଣ୍ଟନ ଖେଳ ଓ ଖେଳାଳିଙ୍କ ବିକାଶ ଦିଗରେ ଏକ ମାଇଲ ଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ତୁଷୁରା, ସଇଁତଲା, କଣ୍ଟାବାଞ୍ଜି, ପାଟଣାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ, ଲୁଇସିଂହା, ପୁଇଁନ୍ତଲା ଓ ବଲାଙ୍ଗିର ପୌରାଂଚଳ ର ୧୫୦ରୁ ଅଧିକ ବାଳକ ଓ ବାଳିକା ଖେଳାଳି ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାର ଚମ୍ପିୟାନ, ରନର୍ସଅପ ଏବଂ ସେମିଫାଇନାଲିଷ୍ଟ ଖେଳାଳିମାନେ ଲେଭେଲ ୩ ରାଜ୍ୟ ଚମ୍ପିୟାନସିପ୍‌ ପାଇଁ ବଲାଙ୍ଗିର ଜିଲ୍ଲା ଦଳରୁ ପ୍ରତିନିଧିତ୍ୱ କରିବେ । ଏଠାରେ ସୂଚନାଯୋଗ୍ୟ ଯେ, ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରୀଡା ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ଏ ବର୍ଷ “ଖେଳିବ ଭାରତ, ଜିତିବ ଭାରତ” ଥିମକୁ ନେଇ ସାରା ଦେଶରେ ୧୮ ତାରିଖ ଓ ୨୯ ତାରିଖ ଦୁଇ ଦିନ ବିଭିନ୍ନ ଖେଳର ପ୍ରତିଯୋଗିତା ଆୟୋଜନ ଆୟୋଜନ କରାଯାଉଛି । ଏହି କ୍ରମରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତୃଣମୂଳ ସ୍ତରର ବ୍ୟାଡମିଣ୍ଟନ ଖେଳାଳିଙ୍କୁ ନେଇ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବାର ଉଦ୍ୟମ ଜାରି ରଖିଛି ବୋଲି ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଙ୍କ ବ୍ୟତୀତ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ସହ ସଂପାଦକ ମାନସ ମହାନ୍ତି, ଉପଦେଷ୍ଟା ବୀରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ପ୍ରତିଯୋଗିତାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା, ପେଞ୍ଚକ ସିଲେଟ ପ୍ରଶିକ୍ଷକ ଟୁନା ପାତ୍ର ଓ ବୀରବର ସାହୁ ମଂଚାସୀନ ଥିଲେ । ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ମୁଖ୍ୟ ରେଫରୀ ଭାବେ ଚନ୍ଦ୍ର ଶେଖର ମିଶ୍ର, ମ୍ୟାଚ୍‌ କଣ୍ଟ୍ରୋଲର ଅନନ୍ତ ବେହେରା, ହେମନ୍ତ ପଧାନ, ପବନ ସାହୁ, ରଂଜିତ ମେହେର, ସୌରଭ ପ୍ରଧାନ, ଉପେନ୍ଦ୍ର ଚନ୍ଦନ, ଦେବବ୍ରତ କଦମ, ରାଜ କିଶୋର ଶତପଥି, ଜିତେଶ୍ୱର ରଣା, ସୋମେଶ ଆଚାର୍ଯ୍ୟ, ପ୍ରକାଶ ସାହୁ, ମୁକେଶ ରଣା, ବିନୋଦିନୀ ଠେଲା, ଉଲେସ ସେଠ, ବିଜୟନନ୍ଦ ପଟେଲ, ରେଖା ମନହିରା, ପ୍ରତିଯୋଗିତା ସଂଯୋଜକ ସୁରେନ୍ଦ୍ର ନେପାଳ, ଚିତ୍ତ ରଂଜନ ସାହୁ, ଗଜାନନ ଦାସ, କାସିମ ଖାନ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy