NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ନୂଆଖାଇ କୁ ତିନି ଦିନ ଛୁଟି ଘୋଷଣା କରିବାକୁ ଦାବି , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ନୂଆଖାଇ କୁ ତିନି ଦିନ ଛୁଟି ଘୋଷଣା କରିବାକୁ ଦାବି , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

Sep 08, 2026  News Plus Odia  49 views
ନୂଆଖାଇ କୁ ତିନି ଦିନ ଛୁଟି ଘୋଷଣା କରିବାକୁ ଦାବି , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ  ଦାବିପତ୍ର ପ୍ରଦାନ

ପାଟଣାଗଡ଼ :  ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ‘ନୂଆଖାଇ କୁ ୩ ଦିନ ଛୁଟି ଘୋଷଣା କରିବାକୁ ମଙ୍ଗଳବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଞ୍ଚଳିକ ସ୍ୱାଭିମାନ ଓ ସଂସ୍କୃତି ପ୍ରତି ପ୍ରଶାସନ କାହିଁକି ଅବହେଳା କରୁଛନ୍ତି ବୋଲି ବିଭିନ୍ନ ସଙ୍ଗଠନ  ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଏହି କୃଷିଭିତ୍ତିକ ଗଣପର୍ବ କେବଳ ଏକ ସାଧାରଣ ପରମ୍ପରା ନୁହେଁ ।  ଏହା ୨ କୋଟି ଜନସାଧାରଣଙ୍କ ସଂସ୍କୃତି , ଭାଇଚାରା ଓ ଆତ୍ମାର ପରମ୍ପରା । ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଅତି ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହେଉଥିବା ଏହି ମହାନ ପର୍ବ ପାଇଁ ତିନି ଦିନ ଧରି  ପରମ୍ପରାଗତ ଭାବେ ଧୁମଧାମରେ ପାଳନ କରାଯାଇଥାଏ । ତେବେ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପର୍ବ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିବା କ୍ଷେତ୍ରରେ ଉଦାସୀନତା ଓ ଅବହେଳା ପ୍ରଦର୍ଶନ କରୁଛନ୍ତି । ସେପ୍ଟେମ୍ବର ୧୫ ନୂଆଖାଇ ଓ  ପରଦିନ ଅଧିକାରୀକଙ୍କ ଛୁଟି ଘୋଷଣା ନହୋଇ କେତେକ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ ,ବ୍ୟାଙ୍କ ଗୁଡ଼ିକ  ଖୋଲା ରହୁଛି । ଏପରିକି ଏହି ଗୁରୁତ୍ୱପୂର୍ଣ୍ଣ  ନୂଆଖାଇ ଦିନ  ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରିୟ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ନିଯୁକ୍ତି ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସୂଚୀବଦ୍ଧ କରାଯାଉଛି । ନୂଆଖାଇ ଦିନରେ ନିଯୁକ୍ତି ପରୀକ୍ଷା ଆୟୋଜିତ ହେବା ଯୋଗୁଁ ଅନେକ ପରୀକ୍ଷାର୍ଥୀ ଓ ପରୀକ୍ଷକ ନିଜ ପରମ୍ପରା ପାଳନରୁ ବଞ୍ଚିତ ହେଉଛନ୍ତି । ପୂର୍ବ ଓଡ଼ିଶାରେ ପାଳିତ ହେଉଥିବା ରଜ ପର୍ବ ପାଇଁ ରାଜ୍ୟ ସରକାର ତିନି ଦିନିଆ ସରକାରୀ ଛୁଟି ଘୋଷଣା କରୁଥିବା ବେଳେ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପ୍ରତି ଏଭଳି ପକ୍ଷପାତ ମୂଳକ ଆଚରଣ ଗ୍ରହଣଯୋଗ୍ୟ ନୁହେଁ। ଏହା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ଓ ଜନଭାବନା ପ୍ରତି ଏକ ବଡ଼ ଆଘାତ ଲାଗିଛି ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ କଲ୍ୟାଣ ସଂଘ, କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଏବଂ ବିଭିନ୍ନ କୋଶଲୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଗିରିଧାରୀ ଭୋଇଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନୁଆଖାଇକୁ ୩ ଦିନ ଛୁଟି ଘୋଷଣା ସହ  ସରକାରୀ କ୍ଯାଲେଣ୍ଡରରେ ଛୁଟି ଦିନ ସ୍ଥାନ ଦେବା ଏବଂ ଉକ୍ତ ୩ ଦିନରେ ବିଭିନ୍ନ ପରୀକ୍ଷା ବାତିଲ୍ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବିମଲ କୁମାର ବାଗ, ଦେବେନ୍ଦ୍ର ବୁଡ଼େକ, ଜଗନ ମେହେର, ସୁଶୀଳ କୁମାର ଗୁରୁ, ଯୁଧିଷ୍ଠିର ମିର୍ଦ୍ଧା, ମଦନ ମାଝୀ, ପିଣ୍ଟୁ ବୁଡ଼େକ, ଶିବ ପ୍ରସାଦ ଥାପା, ଚନ୍ଦ୍ରମଣି ଧରୁଆ, ପିଣ୍ଟୁ ବରିହା, ଗୈ।ରାଙ୍ଗ ବରିହାଙ୍କ ସମେତ ଅନ୍ୟାନ୍ୟ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy