ପ୍ରେମ, ପ୍ରତିଶ୍ରୁତି ପରେ ପ୍ରତାରଣା ଅଭିଯୋଗ
ହୋମଗାର୍ଡଙ୍କ ସମେତ ୨ ପୁଅ କୋର୍ଟ ଚାଲାଣ
ପାଟଣାଗଡ଼ : ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସମ୍ପର୍କ ରଖିବା ଏବଂ ପରେ ନିର୍ଯାତନା ଦେବା ଅଭିଯୋଗରେ ପାଟଣାଗଡ଼ ଥାନାରେ ଜଣେ କାର୍ଯ୍ୟରତ ହୋମଗାର୍ଡ ଙ୍କ ସମେତ ତାଙ୍କ ୨ ପୁଅଙ୍କୁ ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ, ପାଟଣାଗଡ଼ ଥାନାର ଜଣେ ଜଣେ ହୋମଗାର୍ଡ ଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ଦୀର୍ଘଦିନ ଧରି ସମ୍ପର୍କ ରହିଥିଲା । କିନ୍ତୁ ହୋମଗର୍ଡ ଜକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ପ୍ରଲୋଭନ ଦେଖାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପରେ ଯୁବତୀ ବିବାହ ପାଇଁ ଜିଦ୍ ଧରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଘଟଣାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ଅଭିଯୋଗ ଅନୁସାରେ, ହୋମଗାର୍ଡ ତାଙ୍କ ୨ ପୁଅଙ୍କ ସହ ଯୁବତୀଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ।ଏନେଇ ଯୁବତୀ ପ୍ରଥମେ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଉପଯୁକ୍ତ ନ୍ୟାୟ ମିଳିନଥିବା ଅଭିଯୋଗ କରି ବଲାଙ୍ଗୀର ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ହୋମଗାର୍ଡ ଓ ତାଙ୍କ ଦୁଇ ପୁଅ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Leave a comment
Your email address will not be published. Required fields are marked *