Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ବ୍ଲକ ସ୍ତରୀୟ ସେବାସେତୁ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ସେବାସେତୁ ଶିବିର ଅନୁଷ୍ଠିତ

Oct 16, 2026  Suprabhat Odisha  10 views
ବ୍ଲକ ସ୍ତରୀୟ ସେବାସେତୁ ଶିବିର ଅନୁଷ୍ଠିତ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ପରିସରରେ ଶୁକ୍ରବାର ସମବାୟ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସେବାସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭାଗୀୟ ଅଧିକାରୀ, ବିଭିନ୍ନ ସମବାୟ ସମିତିର ସମ୍ପାଦକ ଓ ମିଶନ ଶକ୍ତିର ମହିଳାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ସମବାୟ ସମିତି ନିବନ୍ଧକ (ଏଆରସିଏସ୍‌) ଉମେଶ ଚନ୍ଦ୍ର ନାୟକ, ହସ୍ତତନ୍ତ ଶିଳ୍ପ ଅଧିକାରୀ ମହାଦେବ ଲେକ୍ରା ଓ ବୈଷୟିକ ସହାୟକ ରାଜୀବ ମେହେର ଯୋଗଦେଇଥିଲେ। ଅତିଥିମାନେ ପ୍ରଥମେ ଗଣେଶ, ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପରେ ଅତିଥିମାନେ ନିଜ ନିଜର ଅଭିଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ପାଟଣାଗଡ଼ ବ୍ଲକ ଅଧୀନ ବିଭିନ୍ନ ସମବାୟ ସମିତିର ସମ୍ପାଦକମାନେ ଉପସ୍ଥିତ ଥିଲେ। ଏଥିସହ ମିଶନ ଶକ୍ତିର ମହିଳା ଓ ସିଆର୍‌ପିମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

 

 

 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy