ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁର ଶତାଧିକ ମହିଳା ଓ ପୁରୁଷ ଙ୍କ ପ୍ରତିବାଦ
ସମସ୍ୟାର ସମାଧାନ କରିବାକୁ ଦାବି
ପାଟଣାଗଡ଼: (ସୁପ୍ରଭାତ ଓଡ଼ିଶା) ମହିଳାଙ୍କ ସ୍ନାନ ଘାଟ ନିକଟରେ ନିର୍ମାଣାଧୀନ କମ୍ୟୁନିଟି ହଲ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ସୋମବାର ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଉକ୍ତ ବ୍ଳକ ବେହେରାବନ୍ଦ ଗ୍ରାମର ଶତାଧିକ ମହିଳା ଓ ପୁରୁଷ। ଏହି ସମସ୍ୟାର ସମାଧାନ ପାଇଁ ସେମାନେ ପ୍ରଥମେ ପାଟଣାଗଡ଼ ତହସିଲଦାର କୁ ଏକ ଲିଖିତ ଅଭିଯୋଗ ଯଣାଇଥିଲେ । ପରେ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିର୍ମାଣ କାର୍ଯ୍ୟର ସ୍ଥାନ ଚୟନକୁ ନେଇ ଉଚିତ ବିଚାର କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ଜଣାଇଥିଲେ । ସେଠାରେ ସମସ୍ୟାର ସମାଧାନ ନହେବାରୁ ସେମାନେ କାର୍ଯ୍ୟାଲୟ ସମ୍ମୁଖରେ ଧାରଣାରେ ବସିଥିଲେ । କିଛି ସମୟ ପରେ ଉପଜିଲ୍ଲାପାଳ ଶ୍ରୀ ମେହେର ବିଡ଼ିଓ ସୁମନ ମିଞ୍ଜ ଙ୍କୁ ଡାକି ଘଟଣା ସମ୍ପର୍କରେ ଆନ୍ଦୋଳନ କରିଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଓହରିଥିଲେ । ସୁଚନା ଅନୁସାରେ ଉକ୍ତ ଗ୍ରାମର ମହିଳାମାନେ ବ୍ୟବହାର କରୁଥିବା ସ୍ନାନ ଘାଟ ନିକଟରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ କମ୍ୟୁନିଟି ହଲ୍ ନିର୍ମାଣ କରାଯାଉଛି । ତେବେ ଉକ୍ତ ସ୍ଥାନରେ ହଲ୍ ନିର୍ମାଣକୁ ନେଇ ମହିଳା ବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିର୍ମାଣାଧୀନ ହଲ୍କୁ ଗ୍ରାମର ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଉକ୍ତ ସ୍ନାନ ଘାଟ ନିକଟରେ କମ୍ୟୁନିଟି ହଲ୍ ନିର୍ମାଣ ହେବା ଦ୍ୱାରା ସେମାନଙ୍କ ଗାଧୋଇବା ସମୟରେ ଗୋପନୀୟତା ଓ ସୁରକ୍ଷା ସମ୍ପର୍କିତ ସମସ୍ୟା ସୃଷ୍ଟି ହୋଇପାରେ। ଏହାସହ ଉକ୍ତ ସ୍ଥାନଟି ଗ୍ରାମଠାରୁ ଦୂରରେ ଓ ନିର୍ଜନ ଅଞ୍ଚଳରେ ଥିବାରୁ ଭବିଷ୍ୟତରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଏହି ସ୍ଥାନରେ ନିର୍ମାଣ କାର୍ଯ୍ୟ ନକରି ଗ୍ରାମବାସୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟତ୍ର ହଲ୍ ନିର୍ମାଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।ଏଥିପ୍ରତି ବ୍ଲକ ପ୍ରଶାସନ ତଥା ସମ୍ପୃକ୍ତ ଅଧିକାରୀମାନେ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଆନ୍ଦୋଳନ କାରିମାନେ ଦାବି କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କୋଶଳ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।
Leave a comment
Your email address will not be published. Required fields are marked *