Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍ , ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍ , ଅଳ୍ପକେ ବର୍ତ୍ତିଲେ ଚାଳକ

Oct 29, 2026  Suprabhat Odisha  7 views
ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍ , ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (ସୂପ୍ରଭାତ ଓଡ଼ିଶା): ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଏକ ଆଲୁମିନିୟମ୍ ପାଉଡର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି। ବଲାଙ୍ଗିର ସହରର ରିଦ୍ଧିସିଦ୍ଧି ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏସ୍‌ଏସ୍‌ଏଫ୍‌ସି କମ୍ପାନୀର ଏହି ଟ୍ରକ୍‌ଟି ବିଶାଖାପାଟଣାରୁ ବଲାଙ୍ଗିର ଦେଇ ଛତିଶଗଡ଼ ଯାଉଥିଲା। ରିଦ୍ଧିସିଦ୍ଧି ହୋଟେଲ ନିକଟରେ ଅନ୍ୟ ଏକ ଗାଡ଼ିକୁ ସାଇଡ୍‌ ଦେବା ସମୟରେ ଚାଳକ ଟ୍ରକ୍‌ର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଟ୍ରକ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ରାସ୍ତା ସଂକୀର୍ଣ୍ଣ ହେବା ସହ ରାସ୍ତାକଡ଼ରେ କାଦୁଅ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଚାଳକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ରାସ୍ତାର ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟପକ୍ଷରେ କ୍ରେନ୍‌ ସାହାଯ୍ୟରେ ଓଲଟି ପଡ଼ିଥିବା ଟ୍ରକ୍‌କୁ ଉଠାଇବା କାର୍ଯ୍ୟ ଚାଲିଛି। ନିକଟରେ ପେଟ୍ରୋଲ ପମ୍ପ ଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବା ଜଣାପଡ଼ିଛି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy