ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସ୍ଥିତ ଏକ ହୋଟେଲରେ ବୁଧବାର ଓଡିଶା ଓବିସି ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂଖ୍ୟାନୁପାତିକ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ସରକାର ଓବିସି ମାନଙ୍କୁ ତାଙ୍କ ହକ୍ ଅଧିକାରରୁ ବଞ୍ଚିତକରି, କେବଳ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବାରୁ । ଆଗାମୀ ଦିନରେ ଓବିସିମାନେ ସଂଗଠିତ ହୋଇ ନିଜର ଅଧିକାର ପାଇଁ ଲଢେଇ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓବିସି ମଞ୍ଚର ସଂପାଦକ ପ୍ରଦେଶି ବିଶ୍ୱାଲ, ସଂଯୋଜକ ବ୍ରଜଭୁଷଣ ସାଏ, ଯୁବ ସଂଯୋଜକ କପିଳେନ୍ଦ୍ର ଯାଦବ ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ବୁଧିଆ ମଞ୍ଚାସୀନ ଥିଲେ। କୌଣସି ଆରକ୍ଷଣ ବିରୋଧି ଆନ୍ଦୋଳନରେ ଓବିସି ସମାଜର ଯୁବକ ମାନେ ସାମିଲ ନହେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆହ୍ବାନ ଦେଇଥିଲେ। ଆଗାମି ଦିନରେ ଓବିସିମାନେ ସାମାଜିକ, ରାଜନୈତିକ, ଅର୍ଥନୈତିକ, ଶିକ୍ଷା ଓ ଚାକିରି କ୍ଷେତ୍ରରେ କିଭଳି ନିଜର ପ୍ରତିନିଧିତ୍ବ କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ଅଭିଳାଷ ଭୋଇ, ସନ୍ତୋଷ କୁମାର ପଧାନ, ବିମଳ କୁମାର ବାଗ, ରମେଶ ଜୈନ, ଜନସନ ନାଗ, କ୍ଷୀରୋଦ୍ର କୁମାର ସାହୁ, ସୁଶାନ୍ତ କୁମାର ସାହୁ, କାମାକ୍ଷ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ନିଜର ମନ୍ତବ୍ଯ ରଖିଥିଲେ ଏବଂ ଆଗାମୀ ଦିନରେ ଓବିସି ମାନଙ୍କ ଅଧିକାର ପାଇଁ ବିରାଟ ଜନ ଆନ୍ଦୋଳନ କରିବାପାଇଁ ସପଥ ନେଇଥିଲେ ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *