LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

nov. 04, 2026  Suprabhat Odisha  17 vues
ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ପାଟଣାଗଡ଼ : (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ରାମପୁର ସ୍ଥିତ ଚିତାଡୁଙ୍ଗୁରି ନିକଟ ଏକ ଆମ୍ବ ବଗିଚା ଠାରେ ବୁଧବାର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସଭାପତି ପ୍ରହଲ୍ଲାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ସଂଘର ପୂର୍ବତନ ସଦସ୍ୟ ତଥା ଯୁବ ସାମ୍ବାଦିକ ସ୍ୱର୍ଗତ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଆୟୋଜନ କରାଯାଇଥିଲା। ଉପସ୍ଥିତ ଥିବା ସଦସ୍ୟମାନେ ତାଙ୍କ ସ୍ମୃତି ଚାରଣ କରିବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏହାପରେ ସାଧାରଣ ପରିଷଦର ମୁଖ୍ୟ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ପାଟଣାଗଡ଼ରେ ଏକ ସ୍ଥାୟୀ ସାମ୍ବାଦିକ ଭବନ ନିର୍ମାଣ ଦାବି ଉପରେ ଆଲୋଚନା କରାଯାଇଥିଲା। ଏନେଇ ଉପମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଙ୍କୁ ସଂଘର ପ୍ରତିନିଧି ମଣ୍ଡଳୀ ଭେଟି ଆଲୋଚନା କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିସହ ସଂଘର ସାଙ୍ଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା, ନୂତନ ସଦସ୍ୟଙ୍କୁ ସଂଘରେ ସାମିଲ କରିବା ଏବଂ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରିଥିଲେ । ବୈଠକରେ ସଂଘର ସଦସ୍ୟ ସଦାଶିବ ସରାଫ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର, ବଂଶୀଧର ସେଠ, ରଞ୍ଜନ ମେହେର, ପ୍ରବୀଣ ପୁରୋହିତ, ସୁବ୍ରତ ମହାକୁର, ସୁନୀଲ ଚୋପଦାର, ଅଭୟ ତ୍ରିପାଠୀ, ତାପସ ରଞ୍ଜନ ବେହେରା, ନରେନ୍ଦ୍ର ଭୋଇ, ଭୁବନେଶ୍ୱର ବାରିକ, କପିଳ ସୁନା, ଉମାକାନ୍ତ ପଧାନ, ଗଣେଶ ଦାସ, ଜ୍ୟୋତି ରଞ୍ଜନ ପଣ୍ଡା, ଲଲିତ କୁମାର ମିଶ୍ର, ରାଜେଶ ଚାନ୍ଦ,ମେଘ ସାହୁ,ଦିଲୀପ ଭୋଇ ଓ ମନୋଜ କୁମାର ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies