LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଜିଲ୍ଲାସ୍ତରୀୟ ଭଲିବଲ୍ ଚୟନ ଶିବିର ଅନୁଷ୍ଠିତ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ପୁଇଁତଲା ଚାମ୍ପିଅନ୍, ବାଳିକାରେ ଦେଓଗାଁ ବିଜୟୀ

ଜିଲ୍ଲାସ୍ତରୀୟ ଭଲିବଲ୍ ଚୟନ ଶିବିର ଅନୁଷ୍ଠିତ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ପୁଇଁତଲା ଚାମ୍ପିଅନ୍, ବାଳିକାରେ ଦେଓଗାଁ ବିଜୟୀ

nov. 06, 2026  Suprabhat Odisha  13 vues
ଜିଲ୍ଲାସ୍ତରୀୟ ଭଲିବଲ୍ ଚୟନ ଶିବିର ଅନୁଷ୍ଠିତ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ପୁଇଁତଲା ଚାମ୍ପିଅନ୍, ବାଳିକାରେ ଦେଓଗାଁ ବିଜୟୀ

ବଲାଙ୍ଗୀର, (ସୂପ୍ରଭାତ ଓଡ଼ିଶା): ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ କରୁଆଁଝରସ୍ଥିତ ଶ୍ରୀରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗୁରୁବାର ଜିଲ୍ଲାସ୍ତରୀୟ ଭଲିବଲ୍ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୨ଟି ବ୍ଲକ୍‌ରୁ ଆସିଥିବା ବାଳକ ଓ ବାଳିକା ଦଳ ଏଥିରେ ଅଂଶଗ୍ରହଣ କରି ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତାର ୧୪ ବର୍ଷରୁ କମ୍ ବାଳକ ବିଭାଗରେ ପୁଇଁତଲା ଦଳ ଚାମ୍ପିଅନ୍ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଦଳ ଉପବିଜେତା ହୋଇଥିଲା। ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ମଧ୍ୟ ପୁଇଁତଲା ଦଳ ବାଜିମାତ୍ କରିଥିବା ବେଳେ ବଙ୍ଗୋମୁଣ୍ଡା ଦଳ ଉପବିଜେତା ହୋଇଥିଲା। ବାଳିକା ବିଭାଗରେ ଦେଓଗାଁ ଦଳ ଚାମ୍ପିଅନ୍ ହୋଇଥିବା ବେଳେ ସଇଁତଳା ଦଳ ଉପବିଜେତା ହୋଇଥିଲା। ଏହି ଅବସରରେ ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇଙ୍କ ସଭାପତିତ୍ୱରେ ଏବଂ ଶିକ୍ଷକ ହେମନ୍ତ ପଧାନଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ, ସ୍ଥାନୀୟ ପ୍ରଧାନଶିକ୍ଷକ କ୍ଷମାନିଧି ପଧାନ, ଦେଓଗାଁ ବ୍ଲକ୍ କ୍ରୀଡ଼ା ସମ୍ପାଦକ ଉମେଶ ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଙ୍କର ମଲ୍ଲିକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବନ୍ଧପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାରସମାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଦେବଦାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ସୁଶୀଲ ପଧାନଙ୍କ ସମେତ ସୁଦର୍ଶନ ସେଠ୍, ଗୋପାଳ ବସ୍ତିଆ ଏବଂ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଓ ପ୍ରଧାନଶିକ୍ଷକ ସହଯୋଗ କରିଥିଲେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଆସିଥିବା ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ପଡ଼ିଆରେ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ଖେଳାଳିଙ୍କ ଦକ୍ଷତା ଓ ପ୍ରତିଭାକୁ ରେଫରୀମାନେ ମୂଲ୍ୟାୟନ କରିଥିଲେ। ଉଦଯାପନୀ ଉତ୍ସବ ସ୍ଥାନୀୟ ପ୍ରଧାନଶିକ୍ଷକ କ୍ଷମାନିଧି ପଧାନଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲୋକେଶ୍ୱର ପଧାନ ଓ ଖୁସୀରାମ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ହେମନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

 


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies