ସୋନପୁର : ସୋନପୁର ଜିଲ୍ଲା ବଡ ମେଡିକାଲ ଠାରେ ଜଣେ ଡାକ୍ତରଙ୍କ ସାମ୍ବାଦିକଙ୍କ ପ୍ରତି ଅଶୋଭନୀୟ ଆଚରଣ କୁ ବିରୋଧ କରି ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କୁ ଭେଟିଛନ୍ତି ସୋନପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ । ପ୍ରକାଶ ଯେ ଗତ ଦୁଇଦିନ ତଳେ ସୋନପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଠାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଜନେ ରୋଗୀଙ୍କ ଜୀବନ ଯାଇଥିବା ପରିଜନ ଲୋକେ ଅଭିଯୋଗ ଆଣିଥିଲେ । ଶବ ବ୍ୟବଚ୍ଛେଦ ପରେ ରୋଗୀଙ୍କ ମୃତ୍ୟୁର ଅସଲ କାରଣ ଜଣା ପଡିବ ବୋଲି କୁହଯାଉଥିଲା । କିନ୍ତୁ ଠିକ୍ ସମୟରେ ଡ଼ାକ୍ତର ହିଁ ଶବ ବ୍ୟବଚ୍ଛେଦ କରିବାକୁ ମନା କରିଦେଲେ। ଫଳରେ ଡାକ୍ତରଖାନାରେ ଏକ ଅପ୍ରୀତିକର ପରିସ୍ଥିତି ସ୍ରୁଷ୍ଟି ହୋଇଥିଲା। ମାମଲାର ସମାଧାନ କରିବାକୁ ନିଜେ ଏସ ପି ନାରାୟଣ ନାଏକ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ମାନଙ୍କ ସହିତ ଆଲୋଚନା କରୁଥିଲେ। ଏହି ସମୟରେ ସୋନପୁର ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ଭିଡିଓ କରୁଥିବା ବେଳେ ଉପସ୍ଥିତ ଡାକ୍ତର ଜଣକ ତାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଆଙ୍ଗୁଠି ଉଠାଇ ଥିଲେ ଏବଂ ଭିଡିଓ ବନ୍ଦ କରିବାକୁ କହିଥିଲେ। ତେବେ ଡାକ୍ତରଙ୍କ ଏଭଲି ଆଚରଣ କୁ ବିରୋଧ କରି ସାମ୍ବାଦିକ ମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୀକାରିଣୀ ଏବଂ ଏସ ପି ଙ୍କୁ ଭେଟିଥିବା ଜଣାପଡିଛି। ସମ୍ପୃକ୍ତ ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *