ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ କୁହାବାଉଁଶ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କୁ ନେଇ ଅଷୋନ୍ତୋସ ଦେଖାଦେଇଛି । ତାରି ପ୍ରତିବାଦରେ ଶନିବାର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏକତ୍ରିତ ହୋଇ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରକାଶ ଯେ, ଏହି ସ୍କୁଲରେ ପ୍ରତ୍ୟେକ ଦିନ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ କତ୍ରୁପକ୍ଷ ଠିକସେ ରନ୍ଧା ଖାଦ୍ୟ ଦେଉନଥିବା ସହିତ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏବିଷୟରେ ବାରମ୍ବାର ସ୍କୁଲର ପ୍ରଧାନଶିକ୍ଷକ ଙ୍କ ଠାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଶୁଣୁନାହାନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ଆଜି ଆମ୍ଭେ ବାଧ୍ୟ ହୋଇ ସମସ୍ତେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛୁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି । ଏହି ସମସ୍ୟାର ସମାଧାନ କରାନଗଲେ ଧାରଣା ଜାରି ରହିବ ବୋଲି ସେମାନେ ଦାବି କରିଥିଲେ । କିନ୍ତୁ ଏଘଟଣା ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ ଙ୍କୁ ପଚାରିବାରୁ ଏ଼ହି ଅଭିଯୋଗକୁ ଖଣ୍ଡନ କରି ଆଜି ରାନ୍ଧିବା ପୁର୍ବରୁ ସବୁ ଜିନିଷ ପତ୍ର ଯୋଗାଡ କରିନାହାନ୍ତି ଆଉ ସେମାନେ ଆସିଗଲେ। ବାଲି ସେ ପ୍ରତିକ୍ରିୟା ରଖିଥିଲେ । ଖବରପାଇ ଘଟଣା ସ୍ଥଳକୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କୁ ବୁଝାସୁଝା କରିଵା ସହ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସେମାନେ ଧାରଣାରୁ ଓହରିଥିଲେ ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *