LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଡ୍ରେନ୍‌କାମ ଓ ପାନୀୟଜଳ ସମସ୍ୟାକୁ ନେଇ ପଡ଼ାବାସୀଙ୍କ ଧାରଣା ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଡ୍ରେନ୍‌କାମ ଓ ପାନୀୟଜଳ ସମସ୍ୟାକୁ ନେଇ ପଡ଼ାବାସୀଙ୍କ ଧାରଣା ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

sept. 28, 2026  Suprabhat Odisha  32 vues
ଡ୍ରେନ୍‌କାମ ଓ ପାନୀୟଜଳ ସମସ୍ୟାକୁ ନେଇ ପଡ଼ାବାସୀଙ୍କ ଧାରଣା  ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ପାଟଣାଗଡ଼: ଡ୍ରେନ୍‌ ଓ ପାନୀୟଜଳ ସମସ୍ୟାର ସମାଧାନ ଦାବିରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସିର ୧୦ ଓ ୧୧ ନମ୍ବର ୱାର୍ଡରେ ଥିବା କୋଦୋପଡ଼ାବାସୀ ଜନମଞ୍ଚ ସିଭିଲ୍‌ ସୋସାଇଟିର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ

ସୋମବାର ଏନ୍‌ଏସି କାର୍ଯ୍ୟାଳୟ ଓ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ଉକ୍ତ ପଡ଼ାର ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ  ହୋଇ ।

ଖବର ପାଇ ଏନ୍‌ଏସି ଇଓ, କନିଷ୍ଠ ଯନ୍ତ୍ରୀ ଓ ପିଏଚ୍‌ଡି ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଥାନାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ୭ ଦିନ ମଧ୍ୟରେ ଡ୍ରେନ୍‌ ଉପରେ ଢାଙ୍କୁଣି ଲଗାଇବା ସହ ୨ ଦିନ ମଧ୍ୟରେ ନୂତନ ପାଇପ୍‌ ଲଗାଇ ପାନୀୟଜଳ ଯୋଗାଣ ସ୍ୱାଭାବିକ କରିବାକୁ ଅଧିକାରୀମାନେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପଡ଼ାବାସୀ ଧାରଣା ସ୍ଥଗିତ ରଖିଥିଲେ।

ସୂଚନାନୁଯାୟୀ, ସହରୀ ବିକାଶ ଯୋଜନାରେ ପ୍ରାୟ ୧ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏନ୍‌ଏସି ପକ୍ଷରୁ ଗତ ମାର୍ଚ୍ଚରେ କୋଦୋପଡ଼ାରେ ଡ୍ରେନ୍‌ ନିର୍ମାଣ କରାଯାଇଥିଲା। ନିର୍ମାଣ ଆରମ୍ଭରୁ ହିଁ କାମର ମାନକୁ ନେଇ ପଡ଼ାବାସୀ ଅଭିଯୋଗ କରିଆସୁଥିଲେ। ଅଭିଯୋଗର ସମାଧାନ ନ ହେବାରୁ କିଛି ମାସ ତଳେ ଜନମଞ୍ଚ ସିଭିଲ୍‌ ସୋସାଇଟିର କାର୍ଯ୍ୟକାରୀ ସଭାପତି ଶ୍ରୀ କୁମ୍ଭାରଙ୍କ ନେତୃତ୍ୱରେ ସେମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ କୌଣସି ସୁଫଳ ନ ମିଳିବାରୁ ପ୍ରାୟ ୩ ମାସ ପୂର୍ବେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏନେଇ ପାଟଣାଗଡ଼ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା। ପଡ଼ାବାସୀଙ୍କ ଅଭିଯୋଗ ଅନୁସାରେ, ପରବର୍ତ୍ତୀ ସମୟରେ ଡ୍ରେନ୍‌ କାମ ତରବରିଆ ଭାବେ ଶେଷ କରାଯାଇ କେତେକ ସ୍ଥାନରେ ଏହାକୁ ଖୋଲା ଛାଡ଼ି ଦିଆଯାଇଥିଲା। ପରେ କିଛି ଘର ସମ୍ମୁଖରେ ଢାଙ୍କୁଣି ଦିଆଯାଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ଥାନରେ ଡ୍ରେନ୍‌ ଖୋଲା ରହିଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ, ଡ୍ରେନ୍‌ ଭିତର ଦେଇ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ପଡ଼ାକୁ ପାନୀୟଜଳ ଯୋଗାଣ କରାଯାଉଥିଲା। ପାଇପ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଫାଟି ଯାଇଥିବାରୁ ଡ୍ରେନ୍‌ର ନର୍ଦ୍ଦମା ପାଣି ପାଇପ୍‌ରେ ପଶି ପଡ଼ା ଓ ଘରଗୁଡ଼ିକୁ ପ୍ରଭାବିତ କରୁଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ପାନୀୟଜଳ ପ୍ରଦୂଷିତ ହେବାର ଆଶଙ୍କା ରହିଥିବା ସେମାନେ କହିଛନ୍ତି।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies