LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ପାଟଣାଗଡ଼ରେ ଛାତ୍ର ସଂସଦ ନିର୍ବାଚନ ତାତି , ଜବାହାରଲାଲ ମହାବିଦ୍ୟାଳୟରେ ଚଳଚଞ୍ଚଳ ରାଜନୈତିକ ମାହୋଲ

ପାଟଣାଗଡ଼ରେ ଛାତ୍ର ସଂସଦ ନିର୍ବାଚନ ତାତି , ଜବାହାରଲାଲ ମହାବିଦ୍ୟାଳୟରେ ଚଳଚଞ୍ଚଳ ରାଜନୈତିକ ମାହୋଲ

oct. 10, 2026  Suprabhat Odisha  11 vues
ପାଟଣାଗଡ଼ରେ ଛାତ୍ର ସଂସଦ ନିର୍ବାଚନ ତାତି , ଜବାହାରଲାଲ ମହାବିଦ୍ୟାଳୟରେ ଚଳଚଞ୍ଚଳ ରାଜନୈତିକ ମାହୋଲ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ଜବାହାରଲାଲ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଛି। ନିର୍ବାଚନକୁ କେନ୍ଦ୍ର କରି କଲେଜ କ୍ୟାମ୍ପସରେ ଏବେ ରାଜନୈତିକ ଚଳଚଞ୍ଚଳତା ବୃଦ୍ଧି ପାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ନିର୍ବାଚନୀ ଚର୍ଚ୍ଚା ଜୋର ଧରିଛି । ଛାତ୍ର ସଂସଦର ବିଭିନ୍ନ ପଦପଦବିକୁ ନେଇ ଆଶାୟୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ସହ ସହପାଠୀଙ୍କ ମତାମତ ହାସଲ କରିବାକୁ ଆଶାୟୀମାନେ ଉଦ୍ୟମ ଚଳାଇଛନ୍ତି। ଫଳରେ ମହାବିଦ୍ୟାଳୟ ପରିସରରେ ନିର୍ବାଚନୀ ମାହୋଲ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଥିବା ବେଳେ ଆଗାମୀ ଦିନରେ କ୍ୟାମ୍ପସର ନିର୍ବାଚନୀ ପରିବେଶ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies