LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

oct. 24, 2026  Suprabhat Odisha  39 vues
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଡ୍ୟାମ୍‌ରୁ ୪ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଲେ ବାଙ୍କେଲ ପଞ୍ଚାୟତ ବାଲିପଦର ଗ୍ରାମର ପଦୁଲୋଚନ ବଗର୍ତ୍ତୀଙ୍କ ପୁଅ ପ୍ରମାନନ୍ଦ ବଗର୍ତ୍ତୀ (୩୫)।ସୂଚନା ଅନୁଯାୟୀ, ପ୍ରମାନନ୍ଦ ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ। ଶୁକ୍ରବାର ଡ୍ୟାମ୍‌ରେ ମାଛ ଧରୁଥିବା କେତେଜଣ ମାଛଧରାଳି ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଟିଟିଲାଗଡ଼ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକେ ମୃତଦେହକୁ ପ୍ରମାନନ୍ଦଙ୍କର ବୋଲି ଚିହ୍ନଟ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରମାନନ୍ଦଙ୍କର ସାମାନ୍ୟ ମାନସିକ ସମସ୍ୟା ଥିଲା। ଡ୍ୟାମ୍‌ରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ଟିଟିଲାଗଡ଼ ଥାନାରେ ଅପମୃତ୍ୟୁ ମାମଲା ନଂ ୩୧/୨୬ ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies