LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / କୂଅରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ , ମୃତ୍ୟୁର କାରଣ ଅସ୍ପଷ୍ଟ,

କୂଅରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ , ମୃତ୍ୟୁର କାରଣ ଅସ୍ପଷ୍ଟ,

oct. 25, 2026  Suprabhat Odisha  14 vues
କୂଅରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ , ମୃତ୍ୟୁର କାରଣ ଅସ୍ପଷ୍ଟ,

ବଲାଙ୍ଗିର,  ( ସୁପ୍ରଭାତ ଓଡ଼ିଶା): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଖର୍ଡା ଗାଁରେ ଏକ କୂଅରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଖର୍ଡା ଗାଁର ପଦ୍ମାଳୟା ସାହୁ। ତେବେ ତାଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ, ଖର୍ଡା ଗାଁ ରାସ୍ତାକଡ଼ରେ ଥିବା ଏକ କୂଅରେ ପଦ୍ମାଳୟାଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଗୁଡ଼ଭେଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ତୁଷୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମହିଳା ଜଣକ ଅସାବଧାନତାବଶତଃ କୂଅରେ ପଡ଼ିଯାଇଥିଲେ ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

 


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies