LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Crime / ବାରହା ଫାସରେ ପଡି ଯୁବକ ମୃତ୍ୟୁ ଘଟଣା , ୨ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ବାରହା ଫାସରେ ପଡି ଯୁବକ ମୃତ୍ୟୁ ଘଟଣା , ୨ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

Th08 30, 2026  News Plus Odia  80 lượt xem
ବାରହା ଫାସରେ ପଡି ଯୁବକ ମୃତ୍ୟୁ ଘଟଣା  , ୨ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ପୁଲିସ ବାରହା ଫାସରେ ପଡି ଯୁବକ ମୃତ୍ୟୁ ଘଟଣାରେ ୨ ଜଣ ଯୁବକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଏପରିକି ସେମାନେ ଏହି ଘଟଣାରେ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀ ଗୁଡ଼ିକ ଜବତ୍ କରିଛି ପୁଲିସ । ଗିରଫ ଯୁବକ ମାନେ ହେଲେ ଉକ୍ତ ଥାନା ମଲିକଡିହି ଗାଁର ଶୁସିଲ ବରିହା ଓରଫ (ଖେଡୁ) (୨୫) ଓ ଖପ୍ରାଖୋଲ ଥାନା ପଡିଆବାହାଳ ଗାର ନବିନ ବରିହା (୪୫)  । ଏଘଟଣା ସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ କେଶ୍ ନଂ ୧୫୨ ରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୁଲିସ ୨ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଅଧୀନ ମଲ୍ଲିକଡ଼ିହି ଓ ପାଣ୍ଡେସରା ଗାଁ ନିକଟସ୍ଥ ଜଙ୍ଗଲରେ ଗୁରୁବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ବାରହା ଫାସରେ ଲାଗି ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏଘଟଣା ସମ୍ପର୍କରେ ପୁଲିସ ୩ ଜଣଙ୍କୁ ଉଠାଇ ନେଇ ସେମାନଙ୍କୁ ଜେରା କରିଥିଲା । ଏଥିସହ ଶନିବାର ମୃତ ଯୁବକ ଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା । ଯୁବକ ଜଣକ ନିଜ ଶାଳୀକୁ ନେଇ ଚମ୍ପଟ ମାରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ପରେ ମୃତଦେହକୁ ବୋହିନେଇ ଜଙ୍ଗଲ ଭିତରେ ଥ‌ିବା କଙ୍କରାଝରନ ବାଘଖୋଲ ଭିତରେ ଲୁଚାଇ ଦେଇ ଯୁବକ ମାନେ ଫେରାର ମାରିଥିଲେ I ପରେ ପୁଲିସ ଡଗ୍ ସ୍କୁଆଡ୍ ସହାୟତା ନେଇ ଶବ ଉଦ୍ଧାର କରିଥିଲା। ମୃତକଙ୍କ ଉଭୟ ଗୋଡ଼ରେ ପୋଡା ଚିହ୍ନ ରହିଥିଲା । ତେବେ ମୃତ ଯୁବକଙ୍କ ଶାଳୀ ଜଣକ ଭିଣୋଇର ମୃତ୍ୟୁ ହୋଇଯାଇଥିବା ଜାଣିବାପରେ ପ୍ରଥମେ ନିଜ ଘରକୁ ଫେରିଜାଇ ଥିଲେ । ତେବେ ସେ ମୁକ ହୋଇଥିବାରୁ ପରିବାର ଲୋକଙ୍କୁ ସମସ୍ତ ବିଷୟରେ କହି ନପାରି ଘଟଣା ସ୍ଥଳକୁ ନେଇ ଦେଖାଇଥିଲେ । ପରେ ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଦେଖିବା ପରେ ସେଠାରୁ ଫେରାର ମାରିଥିଲେ । 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie