NewsPlus Odia - Breaking News, Politics, Crime, Daily News

Header
collapse
...
Home / ଅପରାଧ / ଋଣ ନାଁରେ ବଡ଼ ଠକେଇ , ଜଣେ ଅଭିଯୁକ୍ତ ଗିରଫ ଓଡିଶା

ଋଣ ନାଁରେ ବଡ଼ ଠକେଇ , ଜଣେ ଅଭିଯୁକ୍ତ ଗିରଫ ଓଡିଶା

Aug 05, 2026   99 views
ଋଣ ନାଁରେ ବଡ଼ ଠକେଇ  , ଜଣେ ଅଭିଯୁକ୍ତ ଗିରଫ ଓଡିଶା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଲା ପୋଲିସ ଋଣ ଦେବାର ପ୍ରଲୋଭନ ଦେଇ ଠକେଇ କରୁଥିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଅଞ୍ଜନ କୁମାର ନାଗ ଲୋକଙ୍କୁ ସହଜରେ ଋଣ ମିଳିବ ବୋଲି କହି ଆଧାର, ପାନ୍, ବ୍ୟାଙ୍କ ବିବରଣୀ ଓ ଓଟିପି ସଂଗ୍ରହ କରି ଅନଲାଇନ୍ ଋଣ ପ୍ରକ୍ରିୟା କରୁଥିଲେ । ପରେ ପୀଡ଼ିତଙ୍କ ଅଜାଣତରେ ଋଣର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଅଭିଯୋଗ ରହିଛି । ଚଢ଼ାଉ ବେଳେ ପୋଲିସ ୧୫ଟି ଏଟିଏମ୍ କାର୍ଡ, ୭ଟି ବ୍ୟାଙ୍କ ପାସବୁକ୍, ୨ଟି ଚେକ୍‌ବୁକ୍ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ସଂସ୍ଥା ଆରବିଆଇରେ ପଞ୍ଜୀକୃତ ଏନ୍‌ବିଏଫ୍‌ସି ନୁହେଁ ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ପୋଲିସ ଅନ୍ୟ ପୀଡ଼ିତ ଓ ଟଙ୍କାର ଟ୍ରେଲ୍‌ ସନ୍ଧାନରେ ତଦନ୍ତ ଜାରି ରଖିଛି ।

 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy