NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ରାତି ଅଧାରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ , ସବୁ ଜାଣି ଅଜଣା ସ୍ଥାନୀୟ ପ୍ରଶାସନ , ଘଟଣା ଚପାଇ ଦେବାକୁ ଉଦ୍ୟମ

ରାତି ଅଧାରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ , ସବୁ ଜାଣି ଅଜଣା ସ୍ଥାନୀୟ ପ୍ରଶାସନ , ଘଟଣା ଚପାଇ ଦେବାକୁ ଉଦ୍ୟମ

Aug 30, 2026  News Plus Odia  124 views
ରାତି ଅଧାରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ  , ସବୁ ଜାଣି ଅଜଣା ସ୍ଥାନୀୟ ପ୍ରଶାସନ , ଘଟଣା ଚପାଇ ଦେବାକୁ ଉଦ୍ୟମ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଭଇଁଷା ଓ ଧୁବଲପଡା ଗ୍ରାମର ମଝିରେ ଥିବା ସୁକତେଳ ନଦୀ ବାଲି ଘାଟରୁ ରାତି ଅଧାରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ । ବାଲି ମାଫିଆ ମାନେ ସିଧାସଳଖ ଖୋଲା ଚ୍ୟାଲେଞ୍ଜ ଦେଇ ବିଭାଗୀୟ ବା ସ୍ଥାନୀୟ ପ୍ରସାଶନିକ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି । ବିଭାଗୀୟ ଅଧିକାରୀ ବା ସ୍ଥାନୀୟ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ସେମାନେ ଟ୍ରିପ ଟ୍ରିପ ବାଲି ଏହି ବାଲି ଘାଟରୁ ଚୋରାଚାଲାଣ କରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର  ରାଜସ୍ୱ ହାନି କରୁଛନ୍ତି । ଏଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଶବୁ ଜାଣିଶୁଣି ଅଜଣା ଭଲି ରହୁଛନ୍ତି । ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ପ୍ରକାଶ ଯେ ଉକ୍ତ ବାଲି ଘାଟରୁ ଜଣେ ବାଲି ମାଫିଆ ଶୁକ୍ରବାର ରାତିରେ ଜେସିବି ଓ ହାଇୱ। ମାଧ୍ୟମରେ ନଦୀ ଭିତରୁ ବାଲି ଉଠାଇ ବଲାଙ୍ଗୀର ପାଟଣାଗଡ ୪୨ ନଂ ରାଜ୍ୟ ରାଜପଥର ବାଲି ଘାଟର ସାମ୍ନାରେ ଟ୍ରିପ ଟ୍ରିପ ବାଲି ସେଠାରେ ଗଦାକରି ରଖିଛନ୍ତି । ଏଥିପ୍ରତି କିନ୍ତୁ ବିଭାଗୀୟ ଅଧିକାରୀ ବା ସ୍ଥାନୀୟ ପ୍ରଶାସନର ନଜର ପଡୁନାହିଁ । ଏଘଟଣା ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀ ଙ୍କୁ ପଚାରିବାରୁ ଏସମ୍ପର୍କରେ ଆମ ପାଖରେ ଅଭିଯୋଗ ହୋଇସାରିଛି ଏହାର ତଦନ୍ତ ପାଇଁ ଏକ ଟିମ ଯାଇଛନ୍ତି ।  ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ଅଧିକାରୀ ପ୍ରକାଶ କରିଥିଲେ । 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy