ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଭଇଁଷା ଓ ଧୁବଲପଡା ଗ୍ରାମର ମଝିରେ ଥିବା ସୁକତେଳ ନଦୀ ବାଲି ଘାଟରୁ ରାତି ଅଧାରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ । ବାଲି ମାଫିଆ ମାନେ ସିଧାସଳଖ ଖୋଲା ଚ୍ୟାଲେଞ୍ଜ ଦେଇ ବିଭାଗୀୟ ବା ସ୍ଥାନୀୟ ପ୍ରସାଶନିକ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି । ବିଭାଗୀୟ ଅଧିକାରୀ ବା ସ୍ଥାନୀୟ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ସେମାନେ ଟ୍ରିପ ଟ୍ରିପ ବାଲି ଏହି ବାଲି ଘାଟରୁ ଚୋରାଚାଲାଣ କରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରୁଛନ୍ତି । ଏଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଶବୁ ଜାଣିଶୁଣି ଅଜଣା ଭଲି ରହୁଛନ୍ତି । ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ପ୍ରକାଶ ଯେ ଉକ୍ତ ବାଲି ଘାଟରୁ ଜଣେ ବାଲି ମାଫିଆ ଶୁକ୍ରବାର ରାତିରେ ଜେସିବି ଓ ହାଇୱ। ମାଧ୍ୟମରେ ନଦୀ ଭିତରୁ ବାଲି ଉଠାଇ ବଲାଙ୍ଗୀର ପାଟଣାଗଡ ୪୨ ନଂ ରାଜ୍ୟ ରାଜପଥର ବାଲି ଘାଟର ସାମ୍ନାରେ ଟ୍ରିପ ଟ୍ରିପ ବାଲି ସେଠାରେ ଗଦାକରି ରଖିଛନ୍ତି । ଏଥିପ୍ରତି କିନ୍ତୁ ବିଭାଗୀୟ ଅଧିକାରୀ ବା ସ୍ଥାନୀୟ ପ୍ରଶାସନର ନଜର ପଡୁନାହିଁ । ଏଘଟଣା ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀ ଙ୍କୁ ପଚାରିବାରୁ ଏସମ୍ପର୍କରେ ଆମ ପାଖରେ ଅଭିଯୋଗ ହୋଇସାରିଛି ଏହାର ତଦନ୍ତ ପାଇଁ ଏକ ଟିମ ଯାଇଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ଅଧିକାରୀ ପ୍ରକାଶ କରିଥିଲେ ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *