Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

Aug 30, 2026  Suprabhat Odisha  101 views
ହାତୀ ଆକ୍ରମଣରେ ଯୁବକ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ବେଲପଡ଼ା  ଥାନା ନୁନହାଡ଼ ଗ୍ରାମରେ  ଏକ ଦୁଃଖଦ ଘଟଣା ଘଟି ଯାଇଛି । ହାତୀ ଆକ୍ରମଣରେ ଜଣେ ଯୁବକ ଙ୍କର ମୃତ ହୋଇଛି । ମୃତ ଯୁବକ ଜଣକ ହେଲେ  ଉକ୍ତ ଗାଁର ଧର୍ମୁ ନାଏକ । ସୁଚନା ଅନୁସାରେ ଆଜି ସକାଳେ ମୃତ ଯୁବକ ଧର୍ମୁ ତାଙ୍କ ବିଲକୁ କୈ।ଣସି କାମପାଇଁ ଯାଇଇଥିଲେ । ସେହି ସମୟରେ ହାତୀଟି ଆସି ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ କରିବା ଫଲରେ ଧର୍ମୁ ଗୁରୁତର ହୋଇ ପଡ଼ିଥିଲେ । ଏହି ଖବର ଜାଣିବା ପରେ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇ ମୃତ ଯୁବକ ଧର୍ମୁ ଙ୍କୁ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଧର୍ମୁ ଙ୍କୁ ମୃତ ଘୋଷଣା କରିଥିଲେ । ଏଘଟଣା ସମ୍ପର୍କରେ ବେଲପଡ଼ା ପୁଲିସ ଖବରପାଇ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଏକ ମାମଲା ରୁଜୁ କରି ଶବଟିକୁ ଜବତକରି ଶବ ବ୍ୟବଚ୍ଛେଦ ପଠାଇ ଥିଲା । ଶବ ବ୍ୟବଚ୍ଛେ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy