ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ହାତୀ ଆକ୍ରମଣରେ ଜଣେ ଯୁବକ ଙ୍କର ମୃତ ହୋଇଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗାଁର ଧର୍ମୁ ନାଏକ । ସୁଚନା ଅନୁସାରେ ଆଜି ସକାଳେ ମୃତ ଯୁବକ ଧର୍ମୁ ତାଙ୍କ ବିଲକୁ କୈ।ଣସି କାମପାଇଁ ଯାଇଇଥିଲେ । ସେହି ସମୟରେ ହାତୀଟି ଆସି ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ କରିବା ଫଲରେ ଧର୍ମୁ ଗୁରୁତର ହୋଇ ପଡ଼ିଥିଲେ । ଏହି ଖବର ଜାଣିବା ପରେ ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇ ମୃତ ଯୁବକ ଧର୍ମୁ ଙ୍କୁ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଧର୍ମୁ ଙ୍କୁ ମୃତ ଘୋଷଣା କରିଥିଲେ । ଏଘଟଣା ସମ୍ପର୍କରେ ବେଲପଡ଼ା ପୁଲିସ ଖବରପାଇ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଏକ ମାମଲା ରୁଜୁ କରି ଶବଟିକୁ ଜବତକରି ଶବ ବ୍ୟବଚ୍ଛେଦ ପଠାଇ ଥିଲା । ଶବ ବ୍ୟବଚ୍ଛେ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *