LaraMag - Système d'actualités / Magazine Laravel Multilingue

Header
collapse
...
Accueil / Education / କଣ୍ଟାବାଞ୍ଜି ବିଧାୟକ ଙ୍କ ନାମରେ ପାଟଣାଗଡ ଥାନାରେ ଅଭିଯୋଗ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

କଣ୍ଟାବାଞ୍ଜି ବିଧାୟକ ଙ୍କ ନାମରେ ପାଟଣାଗଡ ଥାନାରେ ଅଭିଯୋଗ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

juin 14, 2026   183 vues
କଣ୍ଟାବାଞ୍ଜି ବିଧାୟକ ଙ୍କ ନାମରେ ପାଟଣାଗଡ ଥାନାରେ ଅଭିଯୋଗ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ନାମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ ବିଧାୟକ ଶ୍ରୀ ବାଗ ଗତ କିଛି ଦିନ ତଳେ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଆଦିବାସୀ ମାନେ ଦୁଷିତ ବୋଲି ମନ୍ତବ୍ୟ ଦେଇଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାବା ସହ ଆଦିବାସୀ ମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାରି ପ୍ରତିବାଦରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଯଦି କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ ଆଦିବାସୀ ଙ୍କୁ କ୍ଷମା ନମାଗନ୍ତି ତାହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies