ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ସୁନାମୁଦି ଓ ତମିଆ ପ୍ୟାକ୍ସରେ ଚାଷୀଙ୍କ ସାର ସହ ଅନ୍ୟ ସବୁ ବାବଦର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟ ପ୍ୟାକ୍ସ ଦାଇତ୍ୱରେ ଥିବା ପୁର୍ବତନ ସମ୍ପାଦକ ଙ୍କୁ ଗିରଫକରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆ ସୁଚନା ଦେଇଛନ୍ତି । ଗିରଫ ହୋଇଥିବା ପୁର୍ବତନ ପ୍ୟାକ୍ସ ସମ୍ପାଦକ ଜଣକ ହେଲେ ମୈ।ସମ ବେହେରା ।ସୁଚନା ଅନୁସାରେ ୨୦୨୩-୨୪ ଓ ୨୫-୨୬ ଆର୍ଥିକ ବର୍ଷରେ ସୁନାମୁଦି ଓ ତମିଆ ପ୍ୟାକ୍ସକୁ ଚାଷୀ ମାନଙ୍କ ପାଇଁ ଆସିଥିବା ବିଭିନ୍ନ ପ୍ରକାରର ରାସାୟନିକ ସାର ଉଭୟ ପ୍ୟାକ୍ସ ଦାଇତ୍ୱରେ ଥିବା ପୁର୍ବତନ ସମ୍ପାଦକ ଶ୍ରୀ ବେହେରା ଚାଷୀ ମାନଙ୍କୁ ନଦେଇ ସିଧାସଳଖ ଖୁଲା ବଜାରରେ ଚଢାଦରରେ ବିକ୍ରୀ କରି ଉକ୍ତ ଟଙ୍କା ଗୁଡିକୁ ସେ ଆତ୍ମସାତ କରିଦେଇଥିଲେ । ଏପରିକି ଉଭୟ ପ୍ୟାକ୍ସର ବିଭିନ୍ନ ହେଡର ଟଙ୍କା ମଧ୍ୟ ଆତ୍ମସାତ କରିଥିବା ନେଇ ଚାଷୀ ମାନେ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଚାଷୀ ଙ୍କ ଅଭିଯୋଗ ଆଧାରରେ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଜାରି ରହିଥିଲା । ପରେ ତଦନ୍ତରେ ସେ ଉଭୟ ପ୍ୟାକ୍ସରୁ ୨୨ ଲକ୍ଷ ୧୯ ହଜାର ୬ ସହ ୩୬ ଟଙ୍କା ଆତ୍ମସାତ କରିଥିବା ଜଣାପଡିଥିଲା । ସେହି ଦିନ ଠାରୁ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତାକୁ ଧରିବାକୁ ଜାଲ ବିଛାଇ ଥିଲା । ପରିସେରରେ ସେ ଆଜି ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ନେଇ ଭିଜିଲାନ୍ସ ଡିଏସପି ଶ୍ରୀ ଛତ୍ରିଆ ସୁଚନା ଦେଇଛନ୍ତି ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *