LaraMag - Système d'actualités / Magazine Laravel Multilingue

Header
collapse
...
Accueil / Crime / ଡକାୟତି ଅଭିଯୋଗରେ ୬ ଗିରଫ , ମାରଣାସ୍ତ୍ର, ୬ଟି ମୋବାଇଲ୍‌ ସହ ଗୋଟିଏ ପିସତଲ ଜବତ

ଡକାୟତି ଅଭିଯୋଗରେ ୬ ଗିରଫ , ମାରଣାସ୍ତ୍ର, ୬ଟି ମୋବାଇଲ୍‌ ସହ ଗୋଟିଏ ପିସତଲ ଜବତ

oct. 26, 2026  Suprabhat Odisha  29 vues
ଡକାୟତି ଅଭିଯୋଗରେ ୬ ଗିରଫ , ମାରଣାସ୍ତ୍ର, ୬ଟି ମୋବାଇଲ୍‌ ସହ ଗୋଟିଏ ପିସତଲ ଜବତ

ପାଟଣାଗଡ଼, (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପୁଲିସକୁ ବଡ ସଫଳତା ମିଳିଛି। ଡକାୟତି ଅଭିଯୋଗରେ ପୁଲିସ ୬ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ୬ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ପିସତଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ପାଟଣାଗଡ଼ ଥାନା ଅଞ୍ଚଳର କାଲିଆ ମେହେର, ବାବୁଲୁ ବଗର୍ତ୍ତି, ସୋନୁ ଦେହେରୀ, ସୁମିତ ପୋଡ଼, ଦେବାଶିଷ ଆଚାର୍ଯ୍ୟ ଓ ସଲ୍ୟ ଦଲେଇ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଟାଙ୍ଗିଆ, ଗୋଟିଏ ତରୱାର, ଗୋଟିଏ ଲୁହା ରଡ୍‌, ଗୋଟିଏ ପିସ୍ତଲ, ୬ଟି ମୋବାଇଲ୍‌ ଜବତ କରିଛି । ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ପାଟଣାଗଡ଼ରେ ବଏଲ୍‌ ଯାତ୍ରା ଚାଲିଥିବା ସମୟରେ ଏହି ଡକାୟତି ଘଟଣା ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଏ ନେଇ ପୁଲିସ କେସ୍‌ ନମ୍ବର ୨୭୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

 

 

 


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies