LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ମା’ଙ୍କ ଆଗମନ ପୂର୍ବରୁ ସଜେଇ ହେଲାଣି ପାଟଣାଗଡ଼

ମା’ଙ୍କ ଆଗମନ ପୂର୍ବରୁ ସଜେଇ ହେଲାଣି ପାଟଣାଗଡ଼

oct. 06, 2026  Suprabhat Odisha  11 vues
ମା’ଙ୍କ ଆଗମନ ପୂର୍ବରୁ ସଜେଇ ହେଲାଣି ପାଟଣାଗଡ଼

ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଶେଷ ସ୍ପର୍ଶ 

ଆଲୋକ ମାଳାରେ ଝଲସିବ ସହର

ପାଟଣାଗଡ଼:  ମା’ ଆସିବେ। ଧରାବତରଣ କରିବେ ମହିଷାସୁର ମର୍ଦ୍ଦିନୀ । ଆଉ ମା’ଙ୍କ ଆଗ ମନକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇ ପଡିଛି ପାଟଣାଗଡ଼ । କେଉଁଠି ମଣ୍ଡପ ନିର୍ମାଣରେ ଶେଷ ସ୍ପର୍ଶ, ତ କେଉଁଠି ମା’ଙ୍କ ପ୍ରତିମା ରେ ଚାଲିଛି ରଙ୍ଗର ଶେଷ ପରସ୍ତ। ରାତିର ନିରବତା ଭାଙ୍ଗି ଦିନରାତି ଚାଲିଛି କାରିଗର ଙ୍କ ହାତୁଡ଼ିର ଶବ୍ଦ। ଲକ୍ଷ୍ୟ ଗୋଟିଏ ମା’ଙ୍କୁ ଭବ୍ୟ ସ୍ୱାଗତ । ପୂଜାକୁ ନେଇ ସହରର ବିଭିନ୍ନ ସ୍ଥାନରେ ମଣ୍ଡପ ନିର୍ମାଣ କାମ ଜୋରଦାର ଚାଲିଛି । ବାଉଁଶ, କାଠ ଓ କପଡ଼ାରେ ଆକାର ନେଉଛି ମଣ୍ଡପ । ଆୟୋଜକ ଙ୍କ ଯୋଜନା ଅନୁଯାୟୀ କାରିଗର ମାନେ ଦେଉଛନ୍ତି ଶେଷ ରୂପ। ଚଳିତବର୍ଷ ଭକ୍ତ ଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସାଜ ସଜ୍ଜାରେ ରହିଛି ନୂଆ ଚିନ୍ତାଧାରା । ମାଟିରୁ ମା’ଙ୍କ ରୂପ। ମୃର୍ତ୍ତୀ କାରିଗର ଙ୍କ ହାତର ସ୍ପର୍ଶରେ ଧୀରେଧୀରେ ଜୀବନ୍ତ ହେଉଛି ପ୍ରତିମା । ମୁହଁର ଭଙ୍ଗୀଠାରୁ ଆଖିର ଚାହାଣି ପ୍ରତିଟି ଦିଗରେ ରହିଛି ଶିଳ୍ପୀଙ୍କ ନିଖୁଣ ପରିଶ୍ରମ । ମା’ଙ୍କ ଆଖିରେ ଶେଷ ରଙ୍ଗ ଦିଆଯିବା ପରେ ଯେପରି ଫୁଟି ଉଠିବ ଦେବୀଙ୍କ ଦିବ୍ୟ ରୂପ । ମଣ୍ଡପ ପରେ ଏବେ ନଜର ଆଲୋକସଜ୍ଜା ଉପରେ । ରଙ୍ଗ ବେରଙ୍ଗ ଆଲୋକରେ ଝଲସିବ ପୂଜା ମଣ୍ଡପ । ସନ୍ଧ୍ୟା ନଇଁଲେ ଆଲୋକର ଚମକରେ ବଦଳିଯିବ ସହରର ଚିତ୍ର । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରାସ୍ତାଘାଟ ଓ ପୂଜା ସ୍ଥଳୀରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଦୁର୍ଗାପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ପାଟଣାଗଡ଼ର ସାମୂହିକ ଉତ୍ସବ । ମା’ଙ୍କ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି ସହରବାସୀ । ନୂଆ ପୋଷାକ, ନୂଆ ଉତ୍ସାହ ଓ ନୂଆ ଆଶାରେ ପୂଜାକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ସମସ୍ତେ । ବ୍ୟବସାୟୀଙ୍କ ମଧ୍ୟରେ ବି ବଢ଼ିଛି ଉତ୍ସାହ; ଚଲିତ ବର୍ଷ ପୂଜା ବଜାର ଜମିବା ନେଇ ରହିଛି ଆଶା ।ତେବେ ଉତ୍ସବ ଯେତେ ବଡ଼, ଦାୟିତ୍ୱ ମଧ୍ୟ ସେତେ ବଡ଼। ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ରହିବ ସମସ୍ତଙ୍କ ନଜର । ଶୃଙ୍ଖଳିତ ପରିବେଶରେ ପୂଜା ସମ୍ପନ୍ନ କରିବାକୁ ଆୟୋଜକ ମାନେ ମଧ୍ୟ ତତ୍ପର ହୋଇ ପଡ଼ିଛନ୍ତି । ମା’ଙ୍କ ଆଗମନ ପାଇଁ ସହର , ମଣ୍ଡପ, ମୃର୍ତ୍ତୀ କାରିଗର  ଓ  ଭକ୍ତ ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ସେହି ଶୁଭ ମୁହୂର୍ତ୍ତକୁ ଯେତେବେଳେ ଶଙ୍ଖ ନାଦରେ ଗୁଞ୍ଜି ଉଠିବ ପାଟଣାଗଡ଼ ଓ ମା’ଙ୍କ ଆଗମନରେ ଉତ୍ସବର ରଙ୍ଗରେ ରଙ୍ଗିଯିବ ସାରା ସହର ।


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies